‘ମୋ ସ୍ୱାମୀଙ୍କୁ ନେଇ ମୁଁ ଆଉ ଆଗ୍ରହୀ ନୁହେଁ!’ ସେଲ୍‌ଫି ଭିଡିଓ ସୁଟିଂ କରି ଆତ୍ମହତ୍ୟା କଲେ ୪ ମାସର ଗର୍ଭବତୀ ମହିଳା

ପଶ୍ଚିମ ଗୋଦାବରୀ (ଆନ୍ଧ୍ରପ୍ରଦେଶ): ଗତ ଅଗଷ୍ଟ ମାସରେ ବିବାହ କରିଥିବା ଜନୈକା ମହିଳା ଏକ ସେଲ୍‌ଫି ଭିଡିଓ ସୁଟିଂ କରିବା ପରେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ମହିଳା ଜଣକ ମୃତ୍ୟୁ ବେଳକୁ ୪ ମାସର ଗର୍ଭବତୀ ଥିଲେ।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ବସବାସ କରୁଥିବା ଜନୈକା ମହିଳା ଗତ ସୋମବାର ରାତିରେ ଆତ୍ମହତ୍ୟା କରିଛନ୍ତି। ତେବେ, ଆତ୍ମହତ୍ୟା କରିବା ପୂର୍ବରୁ ମହିଳା ଜଣକ ଏକ ସେଲ୍‌ଫି ଭିଡିଓ ସୁଟିଂ କରିଥିଲେ। ସେଲ୍‌ଫି ଭିଡିଓରେ ମହିଳା ଜଣକ କହିଛନ୍ତି, ‘କ୍ଷମା କରିଦେବ ବାପା ଓ ମା’। ମୁଁ ମୋ ସ୍ୱାମୀଙ୍କୁ ନେଇ ଆଉ ଆଗ୍ରହୀ ନୁହେଁ। ମୁଁ ଆଉ ତାଙ୍କ ସହିତ ମୋ ସଂପର୍କକୁ ଆଗକୁ ବଢ଼ାଇ ପାରିବି ନାହିଁ। ସେଥିପାଇଁ ମୁଁ ଆତ୍ମହତ୍ୟା କରୁଛି। ମୋ ମୃତ୍ୟୁପରେ ମୋତେ ଯୌତୁକ ବାବଦରେ ଦେଇଥିବା ସମସ୍ତ ଅର୍ଥ ଓ ଜିନିଷ ଫୋରାଇ ନେଇଯିବ।’ ଏତିକି କଥା କହିବା ପରେ ଆତ୍ମହତ୍ୟା କରିଥିବା ସେଲ୍‌ଫି ଭିଡିଓରୁ ଦେଖିବାକୁ ମିଳିଛି।

ସଂପୃକ୍ତା ମହିଳା ଜଣକ ଗତ ଅଗଷ୍ଟ ମାସରେ ବିବାହ କରିଥିବା ବେଳେ ମୃତ୍ୟୁ ବେଳକୁ ୪ ମାସର ଗର୍ଭବତୀ ଥିଲେ। ଏସଂକ୍ରାନ୍ତରେ ଆନ୍ଧ୍ର ପୁଲିସ୍‌ ଭାରତୀୟ ଦଣ୍ଡବିଧି ଆଇନ୍‌ର ୧୭୪ ଧାରାରେ ଏକ ଅପମୃତ୍ୟୁ ମାମଲା ଆଗତ କରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର