୩ବର୍ଷ ତଳେ ନିଖୋଜ ହୋଇଥିଲା ଝିଅ, ଏବେ ଅପହରଣକାରୀ ଫୋନ କରି ମାଗୁଛି ୧୦ଲକ୍ଷ ଟଙ୍କା

ନୂଆଦିଲ୍ଲୀ: ନୋଏଡାର ସେକ୍ଟର-୨୨ରେ ରହୁଥିବା ସଞ୍ଜୟ ରାଓ୍ଵତଙ୍କ ସହ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ଜଣେ ଯୁବକ ସଞ୍ଜୟଙ୍କୁ ବାରମ୍ବାର ଫୋନ କରି ନିଜ ଝିଅ କଶିଶକୁ ଫେରି ପାଇବାକୁ ଚାହୁଁଛ ଯଦି ୧୦ଲକ୍ଷ ଟଙ୍କା ଦିଅ ବୋଲି କହିଥିଲେ । ଯାହାକୁ ଶୁଣି ସଞ୍ଜୟ ଆଶ୍ଚର୍ଯ୍ୟ ହେବା ସହ ପୁଲିସରେ ଅଭିଯୋଗ କରିବାକୁ ପହଞ୍ଚିଥିଲେ । ପୁଲିସକୁ ମଧ୍ୟ ସଞ୍ଜୟଙ୍କ କଥା ଆଶ୍ଚର୍ଯ୍ୟ କରିଥିଲା । କାରଣ ସଞ୍ଜୟଙ୍କ ଝିଅ କଶିଶ୍‌ ୩ବର୍ଷ ତଳୁ ନିଖୋଜ ହୋଇ ସାରିଥିବା ବେଳେ ଅନେକ ଖୋଜା ଖୋଜି ପରେ ମିଳି ନଥିଲା ।

oneindia.com

ସୂଚନା ମୁତାବକ, ସଞ୍ଜୟଙ୍କ ଝିଅ ୨୦୧୬ରେ ନିଖୋଜ ହେବା ପରେ ସେ ପୁଲିସରେ ରିପୋର୍ଟ ଲେଖାଇଥିଲେ । ଘର ବାହାରେ ଖେଳୁଥିବା ସମୟରେ କଶିଶ୍‌ ନିଖୋଜ ହୋଇଥିବା ବେଳେ ପୁଲିସ ଖୋଜିବା ପାଇଁ ନୋଏଡା ଗାଜିଆବାଦ୍‌, ଦିଲ୍ଲୀ, ବୁଲନ୍ଦଶହର, ଝାପୁଡ ଏବଂ ମେରଠରେ ତଲାସୀ ଅଭିଯାନ କରିଥିଲା । କିନ୍ତୁ କଶିଶ୍‌ଙ୍କ କୌଣସି ଖବର ମିଳି ନଥିଲା । ଏବେ ୩ବର୍ଷ ପରେ ଅପହରଣକାରୀଙ୍କ ଫୋନ ଆସିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅପହରଣକାରୀଙ୍କୁ ସଞ୍ଜୟ ଝିଅର ଫଟୋ ମାଗିଥିଲେ ମଧ୍ୟ ସେ ଦେବାକୁ ମନା କରି ଦେଇଥିଲା । ଏହା ସହ ଝିଅ ପଞ୍ଜାବରେ ଅଛି ବୋଲି କହୁଥିବା ବେଳେ ଅପହରଣକାରୀର ଫୋନ କଲ୍‌ ଟ୍ରେସ କରାଯିବା ପରେ ସେ ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାରୁ ଫୋନ କରୁଥିବା ଜଣା ପଡ଼ିଛି । ତେବେ ପୁଲିସ ଏବେ ମାମଲାର ସମାଧାନ କରିବାରେ ଲାଗି ପଡ଼ିଛି ।

ସମ୍ବନ୍ଧିତ ଖବର