ଶାରୀରିକ ସଂପର୍କ ପ୍ରଲୋଭନ ଦେଖାଇ ପ୍ରେମିକର ଆଖି ବନ୍ଦ କରି ତଣ୍ଟି କାଟି ହତ୍ୟା କଲେ ମହିଳା

ନୋଏଡା: ନୋଏଡାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ରହିମ୍‌ ଓ ଇସ୍ରାଫିଲ୍‌ ନାମକ ୨ ଜଣ ବନ୍ଧୁ ଏକା ସାଙ୍ଗରେ ତାଙ୍କ ସାମ୍ନା ବର୍ଥରେ ବସିଥିବା ଜଣେ ମହିଳାଙ୍କ ପ୍ରେମରେ ପଡ଼ିଗଲେ। ରହିମ୍‌ ମହିଳାଙ୍କ ପ୍ରେମରେ ଏକଦମ ପାଗଳ ପ୍ରାୟ ହୋଇଯାଇଥିଲେ। ଏମିତି ଭାବେ ପାଗଳ ହୋଇଥିଲେ ଯେ ମହିଳାଙ୍କର ଗୋଟାଏ ଫୋନ୍‌ କଲ୍‌ରେ ବିହାରରୁ ଦିଲ୍ଲୀ ଆସିଥିଲେ ଏକ ହତ୍ୟା ଷଡ଼ଯନ୍ତ୍ରରେ ଅଂଶୀଦାର ହେବା ପାଇଁ। ସେହିପରି ଅନ୍ୟ ଜଣେ ସାଙ୍ଗ ଇସ୍ରାଫିଲ୍‌ ମଧ୍ୟ ମହିଳାଙ୍କ ଚକ୍ରାନ୍ତରେ ପଡ଼ି ଯାଇଥିଲେ। ମହିଳା ଜଣଙ୍କ ତାଙ୍କୁ ଶାରୀରିକ ସଂପର୍କ ସ୍ଥାପନର ପ୍ରଲୋଭନ ଦେଖାଇ ଘରକୁ  ଡାକି ତାଙ୍କ ଆଖିରେ ପଟି ବାନ୍ଧି ତଣ୍ଟି କାଟି  ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଲଭ୍‌, ସେକ୍ସ ଓ ଧୋକାର ଏହି କାହାଣୀର ଖଳନାୟିକା ହେଉଛନ୍ତି ୨୨ ବର୍ଷୀୟା ସାଇରା। ଚାରି ବର୍ଷ ପୂର୍ବେ ଦିଲ୍ଲୀରୁ ବିହାରର କଟିହାର ଯାଉଥିବା ଏକ ଟ୍ରେନ୍‌ରେ ଏହି ୩ ଜଣ ଏକତ୍ର ଯାତ୍ରା କରୁଥିଲେ। ସେଠାରେ ରହିମ୍‌ ଓ ଇସ୍ରାଫିଲ୍‌ ୨ ଜଣ ଯାକ ସାଇରାଙ୍କ ପ୍ରେମରେ ପଡ଼ିଗଲେ। ଏପରିକି ସାଇରାଙ୍କ ଘର ବାଟରେ ପଡ଼ିବାରୁ ସେ ଦୁହେଁ ତାଙ୍କୁ ଛାଡ଼ିବାକୁ ବି ଯାଇଥିଲେ।

କିଛି ଦିନ ପରେ ଇସ୍ରାଫିଲ୍‌ ବିବାହ କରିଦେଲେ। ସାଇରାଙ୍କ ସହ ରହିମଙ୍କ ସଂପର୍କ ବଢ଼ିବାରେ ଲାଗିଲା। ମାତ୍ର ଇସ୍ରାଫିଲ୍‌ ଓ ସାଇରା ଲୁଚି ଲୁଚି ପରସ୍ପରକୁ ଦେଖା କରୁଥିଲେ। ଇସ୍ରାଫିଲ୍‌ ଧୀରେ ଧୀରେ ସାଇରାକୁ ବ୍ଲାକମେଲ୍‌ କରିବାକୁ ଲାଗିଲା। ସାଇରା କିଛି ଉପାୟ ନପାଇ ରହିମ୍‌ର ସାହଯ୍ୟ ନେଇ ଇସ୍ରାଫିଲ୍‌ଙ୍କୁ ହତ୍ୟା ଷଡ଼ଯନ୍ତ୍ର ରଚିଥିଲା।

ସମ୍ବନ୍ଧିତ ଖବର