ଟିଣ୍ଡର ଆପ୍‌ ଜରିଆରେ ପ୍ରେମ ଜାଲରେ ଫସାଇ ଯୁବକଙ୍କୁ ଅପହରଣ ପରେ ହତ୍ୟା କଲା ଯୁବତୀ

ଜୟପୁର : ବୁଧବାର ରାଜସ୍ଥାନର ଜୟପୁରରୁ ଏକ ସୁଟ୍‌କେସ୍‌ରେ ଜଣେ ଯୁବକଙ୍କ ମୃତ ଦେହକୁ ଉଦ୍ଧାର କରିଥିଲା ପୁଲିସ । ଯୁବକଙ୍କୁ କିଏ, କ’ଣ ପାଇଁ ଏବଂ କେମିତି ହତ୍ୟା କଲା ବୋଲି ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଏବେ ପୂରା ଘଟଣା ସାମ୍ନାକୁ ଆସିଛି । ମୃତକ ଜଣଙ୍କ ଦୁଷ୍ୟନ୍ତ ଶର୍ମା ବୋଲି ଜଣା ପଡ଼ିଥିବା ବେଳେ ସେହି ଅଞ୍ଚଳର ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ପ୍ରିୟା ସେଠ୍‌ ଏହି ଅପରାଧ କରିଥିବା ଜଣାପଡ଼ିଛି । ତଦନ୍ତ ପରେ ପ୍ରିୟାଙ୍କୁ ଗିରଫ କରି ନେଇଛି ପୁଲିସ । ଏହା ପ୍ରଥମ ନୁହେଁ, ପୂର୍ବରୁ ୧୦୦ରୁ ଅଧିକ ମାମଲା ପ୍ରିୟାଙ୍କ ବିରୋଧରେ ରୁଜୁ ହୋଇଥିବା ସହ ସେ ଜେଲ ଯାଇ ସାରିଥିବା ଜଣା ପଡ଼ିଛି । ଡ଼େଟିଙ୍ଗ ଆପ୍‌ ଟିଣ୍ଡର ମାଧ୍ୟମରେ ସେ ଯୁବକମାନଙ୍କୁ ନିଜ ଜାଲରେ ଫସାଇବା ସହ ତାଙ୍କ ଠାରୁ ଟଙ୍କା ହଡ଼ପ କରିବା ଏବଂ ଦରକାର ପଡ଼ିଲେ ସେମାନଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଉ ନ ଥିବା ସୂଚନା ମିଳିଛି।

ସୂଚନା ମୁତାବକ, କିଛି ଦିନ ତଳେ ପ୍ରିୟା ଦୁଷ୍ୟନ୍ତକୁ ଟିଣ୍ଡର ଆପ୍‌ ମାଧ୍ୟମରେ ଭେଟିବା ପରେ ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲେ । ଧୀରେ ଧୀରେ କଥା ହେଉ ହେଉ ବନ୍ଧୁତା ପ୍ରେମରେ ବଦଳି ଯାଇଥିଲା । ଦୁଷ୍ୟନ୍ତ ପ୍ରିୟାଙ୍କ ପ୍ରେମରେ ପଡ଼ି ଯାଇଥିଲେ । ଏହି ମଧ୍ୟରେ ପ୍ରିୟା ଦୁଷ୍ୟନ୍ତଙ୍କ ସହ ଶାରୀରିକ ସଂପର୍କ ରଖିବା ସହ ତାହାର ଏକ ଭିଡ଼ିଓ ମଧ୍ୟ ରେକର୍ଡ଼ କରି ନେଇଥିଲେ । ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଛାଡ଼ି ଦେବାର ଧମକ ଦେଇ ସେ ଦୁଷ୍ୟନ୍ତଙ୍କଠାରୁ ଟଙ୍କା ହଡ଼ପ କରିବା ଆରମ୍ଭ କରିଥିଲେ । ଧୀରେ ଧୀରେ ତାଙ୍କର ଟଙ୍କା ମାଗିବାର ଭୋକ ବଢ଼ିବାରେ ଲାଗିଥିଲା ।

Columbia Blogs

ସେଥିପାଇଁ ବୁଧବାର ଦୁଷ୍ୟନ୍ତକୁ ଦେଖା କରିବା ବାହାନାରେ ଡ଼ାକି ତାଙ୍କୁ ଅପହରଣ କରିବା ସହ ତାଙ୍କ ଘର ଲୋକଙ୍କଠାରୁ ୩ ଲକ୍ଷ ଟଙ୍କା ମାଗିଥିଲା ପ୍ରିୟା । ଏହି ଟଙ୍କାକୁ ପ୍ରିୟା ନିଜ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଇବା ପାଇଁ କହିଥିବା ବେଳେ ଦୁଷ୍ୟନ୍ତଙ୍କ ଘର ଲୋକ ଜମା ମଧ୍ୟ କରି ଦେଇଥିଲେ । କିନ୍ତୁ ଧରା ପଡ଼ିଯିବା ଡ଼ରରେ ପ୍ରିୟା ନିଜ ସାଥୀମାନଙ୍କ ସହ ମିଶି ଦୁଷ୍ୟନ୍ତଙ୍କୁ ହତ୍ୟା କରିଥିଲେ । ଟଙ୍କା ଦେବା ପରେ ମଧ୍ୟ ଦୁଷ୍ୟନ୍ତ ଘରକୁ ନ ଫେରିବାରୁ ପରିବାର ଲୋକେ ଝୋଟ୍‌ଓ୍ଵାଡ଼ା ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ କଲ ରେକର୍ଡ଼ ଚେକ୍‌ କରି ପ୍ରିୟାଙ୍କୁ ଧରିବାରେ ସଫଳ ହୋଇଥିଲା ।

ସମ୍ବନ୍ଧିତ ଖବର