ଉତ୍ତରପ୍ରଦେଶ: ହସ୍ପିଟାଲରୁ ଘରକୁ ଫେରୁଥିବା ନର୍ସଙ୍କୁ ଗଣଦୁଷ୍କର୍ମ

ଗାଜିଆବାଦ: ଦିଲ୍ଲୀ ସମୀପବର୍ତ୍ତି ଉତ୍ତରପ୍ରଦେଶର ଗାଜିଆବାଦ ସହରରେ ଜଣେ ନର୍ସଙ୍କ ସହିତ ଗଣଦୁଷ୍କର୍ମ ହୋଇଥବା ଅଭିଯୋଗ ହୋଇଛି। ହସ୍ପିଟାଲରେ ସିଫ୍ଟ ଶେଷ କରି ଘରକୁ ଫେରୁଥିବା ବେଳେ, ନର୍ସ ଜଣକ ୨ଜଣ ଯୁବକଙ୍କ ଦ୍ୱାରା ଅପହରଣ ହୋଇଥିଲେ। ଅପହରଣକାରୀ ଯୁବକମାନେ ପରେ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ। ଘଟଣା ପରେ ଦୁର୍ବୃତ୍ତମାନେ ପୀଡ଼ିତାଙ୍କ ମୋବାଇଲ ଫୋନ ନେଇ ଫେରାର ହୋଇ ଯାଇଥିଲେ।

ସିହାନୀ ଗେଟ ଅଞ୍ଚଳରେ ଘଟିଥିବା ଘଟଣାର ପୀଡ଼ିତା ନର୍ସ ରାଜନଗର ଏକ୍ସଟେନସନ୍‌ ଅଞ୍ଚଳରେ ଥିବା ଏକ ହସ୍ପିଟାଲରେ କାର୍ଯ୍ୟରତ। ସେ ଶୁକ୍ରବାର ସିଫ୍ଟ ଶେଷ କରି ଘରକୁ ଫେରୁଥିବା ବେଳେ, ଯୁବକ ଦ୍ୱୟଙ୍କ ଶିକାର ହୋଇଥିଲେ। ପୀଡ଼ିତା ରାତି ସାରା ଜଙ୍ଗଲ ଭିତରେ ପଡ଼ି ରହିବା ପରେ ଘରକୁ ସକାଳୁ ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର