ପଶ୍ଚିମବଙ୍ଗ ରାଜନଗରରୁ ଓଡ଼ିଆ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର; ହତ୍ୟା ସନ୍ଦେହ

ଜଳେଶ୍ୱର : ପଶ୍ଚିମବଙ୍ଗର ଦାନ୍ତୁନ୍‌ ଥାନା ଅନ୍ତର୍ଗତ ରାଜନଗରରୁ ଜଣେ ଓଡ଼ିଆ ଯୁବ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାଥମିକ ତଦନ୍ତ ଅନୁସାରେ ମୃତ ବ୍ୟବସାୟୀଙ୍କ ନାମ ବାପୁନ ଭୂୟାଁ ବୋଲି ଜଣାପଡ଼ିଛି।

ଜଳେଶ୍ୱର ଥାନା ଅନ୍ତର୍ଗତ ବଳରାମପୁର ଗାଁର ବାପୁନଙ୍କ ମୃତଦେହ ଗତକାଲି ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ଦାନ୍ତନ୍‌ ଥାନା ଅନ୍ତର୍ଗତ ରାଜନଗରରେ ଏକ ବିଲ ମଝିରୁ  ଉଦ୍ଧାର କରାଯାଇଥିଲା । ତାଙ୍କ ଶରୀରରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ପାରିପାର୍ଶ୍ୱିକ ସ୍ଥିତି ଦେଖି ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଓଡ଼ିଶାର ଜଳେଶ୍ୱର ଓ ପଶ୍ଚିମବଙ୍ଗର ଦାନ୍ତନ୍‌ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

 

ସମ୍ବନ୍ଧିତ ଖବର