ଗର୍ଭବତୀ ପ୍ରେମିକାକୁ ନାବାଳିକା ଦର୍ଶାଇ , ପ୍ରେମିକକୁ ଜେଲ୍ ପଠାଇ ନିଲମ୍ବିତ ହେଲେ ଥାନା ଅଧିକାରୀ 

ଉନ୍ନାବ : ଜଣେ ପୁଲିସ ଅଧିକାରୀ ଏକ ଜାଲି ରିପୋର୍ଟ ପ୍ରସ୍ତୁତ କରି ଜଣେ ଗର୍ଭବତୀ ଯୁବତୀଙ୍କୁ ନାବାଳିକା ଦର୍ଶାଇ ନାରୀ ନିକେତନକୁ ପଠାଇ ଦେଇଥିବା ବେଳେ ପ୍ରେମିକଙ୍କୁ ଜେଲ୍ ପଠାଇ ଦେଇଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପ୍ରାପ୍ତ ସୂଚନର ଅନୁଯାୟୀ ଉତ୍ତର ପ୍ରଦେଶର ଉନ୍ନାବ ଥାନା ଅନ୍ତର୍ଗତ କୁରସଠ ଗାଆଁର ଜଣେ ଯୁବତୀ(୧୮) ଓ ଯୁବକଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିଲା। ଛଅ ମାସ ତଳେ ଯୁବତୀ ଜଣକ ପ୍ରେମିକ ସହ ଘରୁ ପଳାଇ ବାହା ହୋଇଥିଲେ। ଏହାପରେ ଯୁବତୀର ଘରଲୋକ ଥାନାରେ ଏତଲା ଦେଇଥିଲେ। ସେ ଦୁହିଁଙ୍କୁ ପୁଲିସ ଖୋଜିବାରେ ସଫଳ ହୋଇଥିଲା।

ଜଣେ ରାଜନେତାଙ୍କ ଚାପରେ କୁରସଠ ପୁଲିସ ଥାନା ଅଧିକାରୀ କୁଲଦୀପ ଗୌର ପ୍ରକୃତ ତଥ୍ୟକୁ ଲୁଚାଇ ଯୁବତୀକୁ ନାବାଳିକ ବୋଲି ଦର୍ଶାଇ ତା’ସହ ଦୁଷ୍କର୍ମ କରିବା ଅଭିଯୋଗରେ ପ୍ରେମିକକୁ ଗିରଫ କରିଥିଲେ। ଯୁବତୀର ଷଷ୍ଠ ଶ୍ରେଣୀର ମାର୍କସିଟ୍ ସେଥିରେ ଲଗାଯାଇଥିଲା। କିନ୍ତୁ ମୁଖ୍ୟ ଜିଲ୍ଲା ଚିକିତ୍ସାଳୟରେ ବୟସ ପରୀକ୍ଷଣ ରିପୋର୍ଟ ଆସିବାପରେ ଜଣାଗଲା ଯେ ଯୁବତୀର  ବୟସ ୧୮ ବର୍ଷ । ସେ ସ୍ୱଇଚ୍ଛାରେ ବିବାହ କରିଛନ୍ତି ବୋଲି ବି କହିଛନ୍ତି। ଏଘଟଣା ଜଣାଯିବା ପରେ ଏସପି କୁରସଠ ଥାନା ଅଧିକାରୀ କୁଲଦୀପ କୌରଙ୍କୁ ନିଲମ୍ବିତ କରିଛନ୍ତି।

ସମ୍ବନ୍ଧିତ ଖବର