ସର୍‌ପ୍ରାଇଜ୍‌ ଭିଜିଟ୍‌: ମୁଜାଫର୍‌ନଗରର ସେଲ୍‌ଟର୍‌ ହୋମ୍‌ ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ନିକଟରୁ ମିଳିଲା ୪୦ ମୋବାଇଲ୍‌ ନମ୍ବର

ମୁଜାଫର୍‌ନଗର: ମୁଜାଫର୍‌ନଗରର ଏକ ଆଶ୍ରୟ ଗୃହ (ସେଲ୍‌ଟର୍‌ ହୋମ୍‌)ରେ ୩୪ ଜଣ ନାବାଳିକାଙ୍କ ସହ ହୋଇଥିବା ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ସଂପର୍କରେ ଏକ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ବ୍ରଜେଶ ରହୁଥିବା ଜେଲ୍‌କୁ ଜେଲ୍‌ ଅଧିକାରୀ ନିକଟରେ ଗୁପ୍ତ ଭାବେ(ସର୍‌ପ୍ରାଇଜ୍‌ ଭିଜିଟ୍‌) ବୁଲିବାକୁ ଯାଇଥିଲେ। ସେ ଏହି ଗୁପ୍ତ ଗସ୍ତରେ ବ୍ରଜେଶଙ୍କ ନିକଟରୁ ୪୦ ଜଣଙ୍କ ମୋବାଇଲ୍‌ ନମ୍ବର ପାଇଛନ୍ତି।

ସେ ୨ ପୃଷ୍ଠା ବିଶିଷ୍ଟ ଏକ କାଗଜରେ ନିଜ ହାତରେ ଏହି ନମ୍ବରଗୁଡ଼ିକ ଲେଖିଥିବା ଜାଣିବାକୁ ମିଳିଛି। ସେହି କାଗଜରେ ୪୦ଟି ମୋବାଇଲ୍‌ ନମ୍ବର ସହ ୪୦ ଜଣଙ୍କ ନାମ ଲେଖାଥିବା ସୂଚନା ରହିଛି।

ଅଧିକାରୀ ଜଣକ ଅଚାନକ ପହଞ୍ଚିବା ପରେ ଜେଲ୍‌ ମଧ୍ୟରେ ସର୍ଚ କାର୍ଯ୍ୟ ଆରମ୍ଭ ହୋଇଥିଲା। ବ୍ରଜେଚଶ ନିକଟରୁ ମିଳିଥିବା ୨ ପୃଷ୍ଟା ବିଶିଷ୍ଟ କାଗଜରେ ଥିବା ଫୋନ୍‌ ନମ୍ବର ମଧ୍ୟରେ କେତେକ ପ୍ରଭାବଶାଳୀ ବ୍ୟକ୍ତି ଯଥା: ମନ୍ତ୍ରୀ ଓ ଅଧିକାରୀଙ୍କ ନମ୍ବର ରହିଥିଲା ବୋଲି ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଆଶ୍ରୟ ଗୃହରେ ୩୪ ଜଣ ନାବାଳିକାଙ୍କ ସହ ହୋଇଥିବା ଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ଠାକୁରଙ୍କୁ ଜୁନ୍‌ ୨ ତାରିଖରେ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର