ବିବାହର ପ୍ରଥମ ରାତିରେ ସ୍ତ୍ରୀ ସହ ଅମାନୁଷିକ ବ୍ୟବହାର କଲା ସ୍ୱାମୀ; ଡାକ୍ତରଖାନା ଗଲା ସ୍ତ୍ରୀ

ଗାଜିଆବାଦ୍‌ : ମୋଦିନଗରରେ ରହୁଥିବା ଜଣେ ଯୁବକଙ୍କ ବିରୋଧରେ ସ୍ତ୍ରୀ ସହ ଅମାନୁଷିକ ବ୍ୟବହାର କରିଥିବାର ଅଭିଯୋଗ ହୋଇଛି । ଅଭିଯୁକ୍ତଜଣଙ୍କ ବିବାହର ପ୍ରଥମ ରାତିରେ ନିଜ ସ୍ତ୍ରୀ ସହ ଅମାନୁଷିକ ବ୍ୟବହାର କରିବା ସହ ତାଙ୍କ ଗୁପ୍ତାଙ୍ଗରେ ଲୁହା ରଡ଼୍‍ ଭର୍ତ୍ତି କରିବା ଭଳି ନାରକୀୟ କାର୍ଯ୍ୟ କରିଥିବା ଜାଣିବାକୁ ମିଳିଛି। ଏ ବିଷୟରେ ପୀଡ଼ିତାଙ୍କ ବାପଘର ଲୋକେ ଜାଣିବା ପରେ ଝିଅର ଶାଶୁ ଘରେ ପହଞ୍ଚି ପୀଡ଼ିତାଙ୍କୁ ଡ଼ାକ୍ତରଖାନା ନେଇଥିଲେ । ଏବେ ପୀଡ଼ିତାଙ୍କ ଅବସ୍ଥା ଗମ୍ଭୀର ଥିବା ବେଳେ ଅଭିଯୁକ୍ତ ବିରୋଧରେ ପୀଡ଼ିତାଙ୍କ ପରିବାରଲୋକେ ଅଭିଯୋଗ କରିଛନ୍ତି ।

oneindia.com

ଏହି ଘଟଣାଟି ଉତ୍ତର ପ୍ରଦେଶା ମୋଦିନଗରର ନିଓ୍ଵାଡ଼ି ଥାନା ଅଞ୍ଚଳରେ ଘଟିଛି । ଏହି ଅଞ୍ଚଳରେ ରହୁଥିବା ଜଣେ ମହିଳାଙ୍କ ବିବାହ ବାଗ୍‌ପତରେ ରହୁଥିବା ଜଣେ ଯୁବକଙ୍କ ସହ ହୋଇଥିଲା । ଜୁଲାଇ ୮ରେ ବିବାହ ସଂପନ୍ନ ହେବା ପରେ ଜୁଲାଇ ୯ରେ ବିବାହ ଭୋଜି ରଖା ଯାଇଥିଲା । ପୀଡ଼ିତାଙ୍କ ପରିବାର ଲୋକେ ବିବାହ ଭୋଜି ଖାଇବା ପାଇଁ ପୀଡ଼ିତାଙ୍କ ଶାଶୁଘରେ ପହଞ୍ଚିବା ପରେ ପୀଡ଼ିତାଙ୍କୁ ଗମ୍ଭୀର ଅବସ୍ଥାରେ ଦେଖିବାକୁ ପାଇଥିଲେ । ପୀଡ଼ିତାଙ୍କ ଅବସ୍ଥା ଦେଖି ତାଙ୍କୁ ତୁରନ୍ତ ଗାଜିଆବାଦ୍‌ରେ ଥିବା ଡ଼ାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଏବେ ତାଙ୍କ ଅବସ୍ଥା ଭଲ ନଥିବା ଜଣା ପଡ଼ିଛି । ଅନ୍ୟ ପକ୍ଷରେ ଅଭିଯୁକ୍ତ ବିରୋଧରେ ଏତଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର