ପଞ୍ଚାୟତି ନ୍ୟାୟ: ଗାଁ ଦାଣ୍ଡରେ ମହିଳାଙ୍କୁ ଗଛରେ ବାନ୍ଧି ୮ ଘଣ୍ଟା ପିଟିିଲେ ସ୍ୱାମୀ

ବୁଲନ୍ଦସହର : ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲା ଲଉଙ୍ଗା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳାଙ୍କୁ ଗଛରେ ବାନ୍ଧି ପ୍ରାୟ ୮ ଘଣ୍ଟା ପର୍ଯ୍ୟନ୍ତ ପିଟିିବା ଭଳି ଦଣ୍ଡ ପ୍ରଦାନ କରିଛି ଗ୍ରାମ ପଞ୍ଚାୟତ । ମହିଳାଙ୍କ ଉପରେ ବିବାହିତ ହୋଇ ମଧ୍ୟ ଅନ୍ୟ ଜଣେ ପୁରୁଷଙ୍କ ସହ ଶାରୀରିକ ସମ୍ବନ୍ଧ ରଖିଥିବାର ଆରୋପ ଲାଗିଥିଲା । ଘଟଣାଟି ସର୍ବସମ୍ମୁଖକୁ ଆସିବା ପରେ ପୁଲିସ ମହିଳାଙ୍କ ସ୍ୱାମୀ , ଗ୍ରାମମୁଖ୍ୟ ଏବଂ ତାଙ୍କ ପୁଅ ସମେତ ୯ ଜଣଙ୍କୁ ଗିରଫ କରିଛି।

punjab kesari

ସୂଚନା ଅନୁଯାୟୀ , ଲଉଙ୍ଗା ଗ୍ରାମର ସୟାନା ପୁଲିସ ଷ୍ଟେସନ ଅଞ୍ଚଳର ଜଣେ ବିବାହିତମହିଳାଙ୍କର ଅନ୍ୟ ଜଣେ ପୁରୁଷଙ୍କ ସହିତ ସମ୍ବନ୍ଧ ରହିଥିଲା । ଏହି ଘଟଣା ସାମ୍ନାକୁ ଆସିବା ପରେ ପଞ୍ଚାୟତ ମହିଳାଙ୍କୁ ଦଣ୍ଡ ଦେଇଥିଲା । ଦଣ୍ଡ ଅନୁସାରେ ମହିଳାଙ୍କୁ ଗଛରେ ବାନ୍ଧି ପିଟିବାକୁ କୁହାଯାଇଥିଲା। ଏହାପରେ ମହିଳାଙ୍କୁ ବେଲ୍ଟ , ବାଡ଼ି ଓ ହାତ ଯେଉଁଥିରେ ପାରିଲେ ସେଥିରେ ପିଟିଥିଲେ ତାଙ୍କ ସ୍ୱାମୀ । ମହିଳା ଯନ୍ତ୍ରଣାରେ ଚିତ୍କାର କରିଥିଲେ ମଧ୍ୟ ସେଠାରେ ଉପସ୍ଥିତ ଥିବା ଗାଁ ଲୋକେ ମୁକବଧିର ପାଲଟି ଯାଇଥିଲେ । ଫଳରେ ତାଙ୍କ ସ୍ୱାମୀ ଦରମଲା ହେଲା ପର୍ଯ୍ୟନ୍ତ ଗଛରେ ବାନ୍ଧି ସ୍ତ୍ରୀକୁ ପିଟିଥିଲେ । କେହି ମଧ୍ୟ ମହିଳାଙ୍କୁ ସାହାଯ୍ୟ ପାଇଁ ହାତ ବଢ଼ାଇନଥିଲେ । ମହିଳାଙ୍କୁ ସକାଳ ୭ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଅନବରତ ପିଟିଥିଲେ ତାଙ୍କ ସ୍ୱାମୀ ।

ଘଟଣାସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି ଏହି ଘଟଣାର ଭିଡ଼ିଓ ପ୍ରସ୍ତୁତ କରିଥିଲେ। ଯାହା ଫଳରେ ଘଟଣାଟି ପୁଲିସ ନଜରକୁ ଆସିଥିଲା । ପୁଲିସ ପୀଡ଼ିତା ମହିଳାଙ୍କୁ ଉଦ୍ଧାର କରିବା ସହ ଘଟଣା ସହ ଜଡ଼ିତ ୧୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।

ସମ୍ବନ୍ଧିତ ଖବର