ଘରେ ପଶି ଯୁବତୀଙ୍କୁ ଅସଦାଚରଣ, ଯୁବକ ଗିରଫ

ଭୁବନେଶ୍ୱର: ଘରେ ପଶି ଯୁବତୀଙ୍କୁ ଅସଦାଚରଣ କରିବା ଓ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷକୁ ରାସ୍ତା ଉପରକୁ ଫିଙ୍ଗିବା ଅଭିଯୋଗର ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ହେଉଛି ମଞ୍ଚେଶ୍ବର ଥାନା ଅଧୀନ ପୁରୁଷୋତ୍ତମ ବସ୍ତିର ଗଗନ ପାତ୍ର। ଯୁବତୀଙ୍କ ଅଭିଯୋଗ କ୍ରମେ ଆଜି ତାଙ୍କୁ ପୁଲିସ ଗିରଫ କରିଛି। ବିଭିନ୍ନ ସମୟରେ ଯୁବକ ଜଣକ ମଦ୍ୟପାନ କରି ଏଭଳି ଉତ୍ପାତ କରିଥାନ୍ତି। ଗଗନ ଗିରଫ ହେବା ପରେ ବସ୍ତିବାସିନ୍ଦା ଆଶ୍ବସ୍ତ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର