ପୋଖରୀରେ ଠାକୁରାଣୀଙ୍କୁ ଫିଙ୍ଗିଦେବା ମାମଲାରେ ଜେଲ୍‌ ଗଲେ ଯୁବକ

ବାଲିଅନ୍ତା: ନିଶାସକ୍ତ ଅବସ୍ଥାରେ ମନ୍ଦିର ଭିତରୁ ଗ୍ରାମଦେବତୀଙ୍କୁ ଉଠାଇ ନେଇ ଫିଙ୍ଗିଦେବା ମାମଲାରେ ବାଲିଅନ୍ତା ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଭିଙ୍ଗାରପୁରଶାସନ ଗ୍ରାମର ଅଭିମନ୍ୟୁ ନାୟକ (୩୫)। କୋର୍ଟରେ ଜାମିନ୍‌ ନାମଂଜୁର ହୋଇଯିବାରୁ ଅଭିମନ୍ୟୁକୁ ‌ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ ସୂଚନା ଦେଇଛି। ତାଙ୍କ ବିରୋଧରେ ଗ୍ରାମର ବେଣୁଧର ନାୟକ ନାମକ ଜଣେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଥିଲେ। ବେଣୁଧରଙ୍କ ଅଭିଯୋଗ ମୁତାବକ, ଅଭିମନ୍ୟୁ ଗତ ୬ ତାରିଖରେ ଗ୍ରାମଦେବତୀ ମା’ ସୁନା ଦେବୀଙ୍କ ମନ୍ଦିର ଭିତରେ ପଶି ଠାକୁରାଣୀଙ୍କ ପଥର ନିର୍ମିତ ମୂର୍ତ୍ତି ଆସ୍ଥାନରୁ ଟେକି ନେଇ ଭଙ୍ଗାରୁଜା କରିବା ସହ ନିକଟରେ ଥିବା ପୋଖରୀକୁ ଫିଙ୍ଗି ଦେଇଥିଲା। ଏ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଗ୍ରାମବାସୀମାନେ ପୋଖରୀ ଭିତରେ ପଶି ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଦେବୀଙ୍କ ମୂର୍ତ୍ତି ମିଳିନଥିଲା।

ସମ୍ବନ୍ଧିତ ଖବର