ନିଶା ନିବାରଣ କର୍ମୀଙ୍କୁ ଛୁରା ମାଡ଼, ଜଣେ ଗିରଫ

 

ଖଣ୍ଡଗିରି: ନିଶା ନିବାରଣ କର୍ମୀଙ୍କୁ ଛୁରାମାଡ଼ ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଭରତପୁର ଆମ୍ବେଦକର ବସ୍ତିର ଅନନ୍ତ ନାଏକ(୨୫)କୁ ଗିରଫ କରିଛି। ଏହି ମାମଲାରେ ଅନନ୍ତର ଅନ୍ୟ ୩ ସହଯୋଗୀ ଫେରାର ଅଛନ୍ତି। ସୂଚନାନୁସାରେ ଦେବବ୍ରତ ନାୟକ ଏହି ବସ୍ତିର ଯୁବକମାନଙ୍କୁ ନିଶା କବଳରୁ ମୁକ୍ତ କରିବା ପାଇଁ କାମ କରୁଛନ୍ତି। ତେଣୁ କିଛି ନିଶାଡ଼ି ତାଙ୍କ ଉପରେ ରାଗ ରଖିଥିଲେ। ଗତକାଲି ସନ୍ଧ୍ୟାରେ ଦେବବ୍ରତ ଘରେ ଥିବା ବେଳେ ଅଭିଯୁକ୍ତ ଅନନ୍ତ ଓ ଅନ୍ୟ ତିନିଜଣ ତାଙ୍କୁ କଥା ହେବା ପାଇଁ ବାହାରକୁ ଡାକିଥିଲେ। ସେ ଆସିବା ମାତ୍ରେ ଅଭିଯୁକ୍ତମାନେ ତାଙ୍କୁ ନିଶା ନିବାରଣ କାମରୁ ହଟିଯିବାକୁ ଧମକ ଦେଇଥିଲେ। କିନ୍ତୁ ଦେବବ୍ରତ ସେମାନଙ୍କ ଧକମକୁ ଡରିବେ ନାହିଁ ବୋଲି କହିବାରୁ ଅଭିଯୁକ୍ତମାନେ ତାଙ୍କୁ ମାଡ଼ ମାରିଥିଲେ। ଏହି ସମୟରେ ଅନନ୍ତ ଏକ ଛୁରିରେ ତାଙ୍କ ବେକକୁ ଆକ୍ରମଣ କରିଥିଲା। କିନ୍ତୁ ସୌଭାଗ୍ୟକୁ ଛୁରି ତାଙ୍କ କାନରେ ବାଜି ଗଭୀର କ୍ଷତ ସୃଷ୍ଟି ହୋଇଥିଲା। ପାଟି ଶୁଣି ବସ୍ତି ଲୋକମାନେ ଘଟଣାସ୍ଥଳକୁ ଧାଇଁ ଆସିବାରୁ ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର