ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରି ଗିରଫ ହେଲା ଯୁବକ

ବାଲିପାଟଣା: ବାଲିପାଟଣା ବ୍ଲକ ମଝିହରା ପଞ୍ଚାୟତ ଅଧୀନ ଏକ ସ୍କୁଲର ଜନୈକା ଶିକ୍ଷୟିତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତ ଗଣେଶ ଦାସ (୨୭)କୁ ଆଜି ପୁଲିସ ଗିରଫ କରି କୋର୍ଟ ଚାଲଣ କରିଛି। ଗତ ଶନିବାର ମଧ୍ୟାହ୍ନରେ ସମ୍ପୃକ୍ତ ଶିକ୍ଷୟିତ୍ରୀ ଜଣକ ସ୍କୁଟି ଯୋଗେ ନିମାପଡ଼ା ବ୍ରାଞ୍ଚ କେନାଲ ଦେଇ ଯାଉଥିବା ସମୟରେ ବାଲୁଙ୍କେଶ୍ବର ଗଡ଼ା ନିକଟରେ ଛକିଥିବା ଗଣେଶ ତାଙ୍କୁ ଟଣାଓଟରା କରିବା ସହିତ ଅସଦାଚରଣ କରିଥିଲା। ଶିକ୍ଷୟିତ୍ରୀ ଜଣକ ଚିତ୍କାର କରିବାରୁ ଅଭିଯୁକ୍ତ କେନାଲକୁ ଡେଇଁ ଖସି ପଳାଇଥିଲା। ସେହି ସମୟରେ ଜଣେ ବାଟୋଇଙ୍କ ଠାରୁ ଯୁବକର ପରିଚୟ ଜାଣି ଶିକ୍ଷୟିତ୍ରୀ ବାଲିପାଟଣା ଥାନାରେ ରବିବାର ଅଭିଯୋଗ କରିଥିଲେ। ଥାନା ଅଧିକାରୀ ରାଧାକାନ୍ତ ସାହୁ ଗଣେଶକୁ ମୁଣ୍ତହଣା ପାଟଣାରୁ ଗିରଫ କରିଥିଲେ। ବିଇଓ ମହେଶ୍ବର ସାହୁ ଓ ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ରଶ୍ମିରଂଜନ ପଣ୍ତା ଅସଦାଚରଣ ଘଟଣାର ଦୃଢ଼ ନିନ୍ଦା କରିଛନ୍ତି।

ସମ୍ବନ୍ଧିତ ଖବର