ନାବାଳକ ଗିରଫ , ମୋବାଇଲ ଫୋନ୍‌ ଜବତ

ଧଉଳି: ଏକ କୋଚିଂ ସେଣ୍ଟର୍‌ ଭିତରେ ପଶି ଛାତ୍ରଛାତ୍ରୀଙ୍କଠାରୁ ମୋବାଇଲ ଫୋନ୍‌ ଓ ଟଙ୍କା ଛଡ଼ାଇ ନେବା ମାମଲାରେ ଧଉଳି ଥାନା ପୁଲିସ ଆଜି ଜଣେ ନାବାଳକକୁ କାବୁ କରି ଜୁଭେନାଇଲ କୋର୍ଟକୁ ହସ୍ତାନ୍ତର କରିଛି। ତେବେ ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନଙ୍କୁ ପୁଲିସ କିନ୍ତୁ ଗିରଫ କରିବାରେ ସକ୍ଷମ ହୋଇ ପାରିନି। କୋର୍ଟରେ ନାବାଳକକୁ ଜାମିନ ମିଳିଥିବା ତଦନ୍ତ ଦାୟିତ୍ୱରେ ଥିବା ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଦୁର୍ଗାପ୍ରସାଦ ନାମକ ଜଣେ ଛାତ୍ରଙ୍କ ଅଭିଯୋଗକୁୁ ଆଧାର କରି କେସ୍‌ ନମ୍ବର ୬୮/୧୮ ରେ ଏକ ମାମଲା ରୁଜୁ ହୋଇଥିଲା। ଗତ ୧୭ ତାରିଖ ସନ୍ଧ୍ୟାରେ ଏହି ନାବାଳକ ସହିତ ଅଭିଯୁକ୍ତମାନେ ଅତର୍କିତ କୋଚିଂ ସେଣ୍ଟର୍‌ ଭିତରେ ପଶି ଛୁରି ଦେଖାଇ ଆତଙ୍କ ସୃଷ୍ଟି କରିବା ସହ ମୋବାଇଲ୍‌ ଫୋନ ଓ ଟଙ୍କା ଲୁଟ୍‌ପାଟ୍‌ କରିଥିଲେ। ତେବେ ଛାତ୍ରମାନେ ନାବାଳକ ଜଣକୁ ଘଟଣାସ୍ଥଳରୁ କାବୁକରି ନେଇ ନିର୍ଧୁମ୍‌ ମାଡ଼ମାରିବା ସହ ସ୍ଥାନୀୟ ପୁଲିସର ଜିମା ଦେଇଥିଲେ। ଅନ୍ୟମାନେ ସେଠାରୁ ଖସି ପଳାଇଥିଲେ ।

ସମ୍ବନ୍ଧିତ ଖବର