ପାଚେରି ଭାଙ୍ଗି ଜଣେ ଗିରଫ

ଖଣ୍ଡଗିରି : ଜୋର ଜବରଦସ୍ତ ଜଣେ ବରିଷ୍ଠ ନାଗରିକଙ୍କ ପାଚେରି ଭାଙ୍ଗିଥିବା ଅଭିଯୋଗରେ ଖଣ୍ଡଗିରି ଥାନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ବରମୁଣ୍ଡା ଜଗନ୍ନାଥବିହାରର ବିଜୟ ପ୍ରଧାନ (୪୫)। ବରିଷ୍ଠ ନାଗରିକ ପ୍ରଫୁଲ୍ଲ ପଣ୍ଡାଙ୍କ ପାଚେରି ଭାଙ୍ଗିବା ସହ ତାଙ୍କୁ ଧମକଚମକ ଦେବା ଅଭିଯୋଗ ପରେ ପୁଲିସ ବିଜୟକୁ ଗିରଫ କରିଛି।

ପୁଲିସ ସୂଚନାନୁସାରେ ବିଜୟ ଜଗନ୍ନାଥବିହାରରେ ମଇଁଷି ଓ ଗାଈ ରଖିଛନ୍ତି। ତାଙ୍କ ପ୍ଲଟକୁ ଲାଗି ରହିଛି ବରିଷ୍ଠ ନାଗରିକ ପ୍ରଫୁଲ୍ଲ ପଣ୍ଡାଙ୍କ ଘର। ଦୀର୍ଘ ଦିନ ଧରି ଶ୍ରୀ ପଣ୍ଡା ଜମି କିଣି ଘର କରିଛନ୍ତି ଓ ଠିକ୍‌ ମାପ ଅନୁସାରେ ପାଚେରି କରିଛନ୍ତି। କିନ୍ତୁ ଶ୍ରୀ ପଣ୍ଡା ଅଧିକ ଜମି ମାଡ଼ି ବସିଛନ୍ତି ବୋଲି ଅଭିଯୋଗ କରି ବିଜୟ ତାଙ୍କ ସହ ସବୁବେଳେ ଗଣ୍ଡଗୋଳ କରୁଥିଲା। ଗତକାଲି ସେ ଜୋର୍‌ କରି ଶ୍ରୀ ପଣ୍ଡାଙ୍କ ପାଚେରି ଭାଙ୍ଗି ଦେଇଥିଲା। ପ୍ରତିବାଦ କରିବାରୁ ବିଜୟ ତାଙ୍କୁ ବିଭିନ୍ନ ପ୍ରକାର ଧମକଚମକ ଦେଇଥିଲା। ତେଣୁ ଶ୍ରୀ ପଣ୍ଡା ପୁଲିସର ଦ୍ୱାରସ୍ଥ ହୋଇଥିଲେ।

ସମ୍ବନ୍ଧିତ ଖବର