ହୋମ୍୍ଗାର୍ଡଙ୍କୁ ମାଡ଼ ମାରି ଯୁବକ ଗିରଫ

ଭୁବନେଶ୍ୱର: କାର୍ଯ୍ୟରତ ଟ୍ରାଫିକ୍ ହୋମଗାର୍ଡଙ୍କୁ ମାଡ଼ ମାରିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ନହରକଣ୍ଟା ଅଞ୍ଚଳର ଶିବ ବେହରା(୨୦)ଙ୍କୁ ଗିରଫ କରିଛି। ବୁଧବାର ସକାଳ ପ୍ରାୟ ୭ଟାରେ ଶିବ ନହରକଣ୍ଟାରୁ ରସୁଲଗଡ଼କୁ ଅସୁଥିଲେ। ତେବେ ଏହି ସମୟରେ ଟ୍ରାଫିକ୍‌ ଷ୍ଟପ ସିଗ୍‌ନାଲ୍ ଦେଇଥିଲେ ମଧ୍ୟ ଶିବ ଏହାକୁ ନମାନି ପଳାଉ ଥିଲେ। ଟ୍ରାଫିକ୍ କନ୍‌ଷ୍ଟେବଲ୍‌ ହବିବୁଲ୍ ରେହେମାନ ଶିବଙ୍କୁ ଅଟକାଇ ଥିଲେ। ଏଥିରେ ଶିବ ରାଗିଯାଇ ହବିବୁଲ୍‌ଙ୍କୁ ମାଡ଼ ମାରିଥିଲେ।

ସମ୍ବନ୍ଧିତ ଖବର