ଶ୍ୟାମପୁରରେ ଗୁଳିକାଣ୍ଡ, ଜଣେ ଆହତ

ଖଣ୍ଡଗିରି : ଆଜି ସନ୍ଧ୍ୟାରେ ଖଣ୍ଡଗିରି ଥାନା ଅନ୍ତର୍ଗତ ଶ୍ୟାମପୁରରେ ଗୁଳିକାଣ୍ଡ ଘଟିଛି। ଏଥିରେ ପବିତ୍ର ସେଠୀ ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ସମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହତ ପବିତ୍ର ସେଠୀ ସମ୍‌ ହସ୍ପିଟାଲର ସିକ୍ୟୁରିଟ୍‌ ଗାର୍ଡ ଅଟନ୍ତି। ଆଜି ସନ୍ଧ୍ୟାରେ କିଛି ଅସାମାଜିକ ଯୁବକ କାର୍‌ରେ ଆସି ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ। ପୂର୍ବ ଶତ୍ରୁତାରୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଘଟଣା ପରେ ଶ୍ୟାମପୁରରେ ଉତ୍ତେଜନା ଦେଖାଦେଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର