ଗଣ୍ଡଗୋଳ କରି ଯୁବକ ଗିରଫ

ଚନ୍ଦ୍ରଶେଖରପୁର : ଜାଭିଅର୍‌ ଛକ ନିକଟରେ ଥିବା ଏକ ଶିକ୍ଷାନୁଷ୍ଠାନ ଭିତରେ ପଶି ଛାତ୍ରଛାତ୍ରୀ ଓ ଅଧିକାରୀମାନଙ୍କ ସହ ଗଣ୍ଡଗୋଳ କରିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣଙ୍କ ହେଲେ ସଂଜିତ୍‌ ଘୋଷ(୨୭)। ସେ ଉକ୍ତ ଶିକ୍ଷାନୁଷ୍ଠାନ ନିକଟରେ ରହୁଥିବା ବେଳେ ଅନୁଷ୍ଠାନର ଖେଳପଡ଼ିଆରେ କିଛି ଯୁବକଙ୍କ ସହ ଖେଳୁଥିଲା। ଏହି ସମୟରେ ଉକ୍ତ ଅନୁଷ୍ଠାନର କିଛି ଛାତ୍ର ମଧ୍ୟ ସେଠାରେ ଖେଳୁଥିଲେ।  ତେବେ କୌଣସି କାରଣକୁ ନେଇ ସଂଜିତ ଓ ଛାତ୍ରମାନଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ସଂଜିତ୍‌ କିଛି ଛାତ୍ରଙ୍କୁ ମାଡ଼ମାରିଥିଲା। ଏ ନେଇ ଥାନାରେ ଅଭିଯୋଗ ହେବାରୁ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଙ୍କୁ ବୁଝାଶୁଝା କରିବା ସହିତ ସଂଜିତକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର