କାର ଭଙ୍ଗାରୁଜା ଘଟଣାରେ ଜେଲ ଗଲେ ଯୁବକ

ବାଲିଅନ୍ତା: ଏକ କାର ଭଙ୍ଗାରୁଜା ଘଟଣାରେ ଅଠରଘରିଆ ସାହିର ସନାତନ ମହାରଣା (୩୮) ନାମକ ଜଣେ ଯୁବକକୁ ଆଜି ବାଳକାଟି ଫାଣ୍ତି ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତାଙ୍କ ବିରୋଧରେ ଉକ୍ତ ଗ୍ରାମର ମନୋଜ ସାହୁ ନାମକ ଜଣେ ବ୍ୟବସାୟୀ ଫାଣ୍ତିରେ ଲିଖିତ ଅଭିଯୋଗ କରିଥିଲେ। ଉଭୟଙ୍କ ମଧ୍ୟରେ ସମ୍ପତ୍ତି କିଣାବିକା ପ୍ରାପ୍ୟକୁ ନେଇ ଦୀର୍ଘଦିନ ଧରି ବିବାଦ ଲାଗି ରହିଛି । ପୂର୍ବରୁ ଅନେକବାର ଉଭୟଙ୍କ ମଧ୍ୟରେ ଗଣ୍ତଗୋଳ ହୋଇଥିବା ବେଳେ ଗତ ସେପ୍ଟେମ୍ବର ମାସ ୧୫ ତାରିଖରେ ଏନେଇ ଦୁଇ ପରିବାର ମଧ୍ୟରେ ମାର୍‌ପିଟ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସନାତନ ଗଣ୍ତଗୋଳ କରିବା ସହ ମନୋଜଙ୍କ କାର କାଚ ଭାଙ୍ଗିଦେଇଥିବା ସେ ଏତଲାରେ ଦର୍ଶାଇଛନ୍ତି। ସୂଚନାନୁଯାୟୀ ମନୋଜ ସନାତନଙ୍କ ଘର ନିକଟ ଜାଗାରେ କାର ପାର୍କି˚ କରିବାକୁ ନେଇ ଗାଡ଼ି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଥିଲା ।

ସମ୍ବନ୍ଧିତ ଖବର