ଜେଲରେ ଥିବା ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ଜାମିନରେ ଆସି ପୁଣି ଜଣେ ୩ ବର୍ଷୀୟା ଶିଶୁକୁ କଲା ଦୁଷ୍କର୍ମ

ବିକାନିର (ରାଜସ୍ଥାନ): ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଜେଲରେ ଥିବା ଜନୈକ ଅଭିଯୁକ୍ତ, ଜେଲରୁ ଜାମିନ୍‌ରେ ବାହାରକୁ ଆସିଥିବା ବେଳେ ଅନ୍ୟ ଜଣେ ୩ ବର୍ଷ ବୟସ୍କା ଶିଶୁକୁ ଦୁଷ୍କର୍ମ କରି ସ୍ଥାନୀୟ ଲୋକଙ୍କ ହାତରେ ଧରାପଡ଼ି ଆଉଥରେ ଗିରଫ ହେବା ଘଟଣା ଏବେ ସମଗ୍ର ରାଜସ୍ଥାନରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଗତ ୨୦୧୭ ଡିସେମ୍ବର ୧ ତରିଖରେ ଜନୈକା ୧୦ ବର୍ଷ ବୟସ୍କା ନାବାଳିକାକୁ ଦୁଷ୍କର୍ମ ଅପରାଧରେ ଅଭିଯୁକ୍ତ ଜଣକ ପୁଲିସ୍‌ ହାତରେ ଗିରଫ ହେବାପରେ ଜେଲରେ ଥିଲା। ଅଭିଯୁକ୍ତ ଜଣଙ୍କର ନାମ ବୁଦ୍ଧରାମ ବାଭରୀ (୨୦) ଏବଂ ତା’ର ଘର ଗଙ୍ଗନଗର ଜିଲ୍ଲା ଅନ୍ତର୍ଗତ ଘରସନା ଗ୍ରାମରେ। ତେବେ, ଅଭିଯୁକ୍ତ ବୁଦ୍ଧରାମ ଗତ ମାର୍ଚ୍ଚ ୧୨ ତାରଖରେ ଅଦାଲତରୁ ଜାମିନ୍‌ ପାଇ ଜେଲରୁ ପଦାକୁ ଆସିଥିଲା। ହେଲେ, ଗତ ବୁଧବାର ସନ୍ଧ୍ୟାରେ ନିଜ ଘର ସମ୍ମୁଖରେ ଖେଳୁଥିବା ଜନୈକା ୩ ବର୍ଷୀୟା ନାବାଳିକାକୁ ଅଭିଯୁକ୍ତ ବୁଦ୍ଧରାମ ଟେକିନେଇ ଏକ ନାକାଞ୍ଚନ ସ୍ଥାନକୁ ପଳାଇ ଯାଇଥିଲା ଏବଂ ସେଠାରେ ନାବାଳିକା ଜଣକୁ ଅମାନୁଷିକ ଭାବେ ଦୁଷ୍କର୍ମ କରିଥିଲା। ନାବାଳିକାଟିର ଚିତ୍କାର ଶୁଣିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଛି ନାବାଳିକା ଜଣକୁ ଉଦ୍ଧାର କରିବା ସହ ଅଭିଯୁକ୍ତ ବୁଦ୍ଧରାମକୁ କାବୁ କରି ପୁଲିସ୍‌ର ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର