ସହି ପାରିଲା ନାହିଁ ମା’ଙ୍କ ମୃତ୍ୟୁ ଖବର, ଏମ୍ସ ଛାତରେ ଝିଅ କଲା ଆତ୍ମହତ୍ୟା

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀସ୍ଥିତ ଏମ୍ସ ହସ୍‌ପିଟାଲ ଛାତରୁ ଡେଇଁ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି। ତେବେ ଆତ୍ମହତ୍ୟା କରିବା ପଛରେ ତାଙ୍କ ମା’ଙ୍କ ମୃତ୍ୟୁ ଖବର ରହିଛି ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ମୃତ ଯୁବତୀ ତାଙ୍କ ମା’ଙ୍କ କର୍କଟ ଚିକିତ୍ସା ପାଇଁ ଏମ୍ସ ହସ୍‌ପିଟାଲ୍‌ ଆସିଥିଲେ। ସେଠାରେ ଚିକିତ୍ସା ଚାଲୁଥିବା ବେଳେ ଯୁବତୀଙ୍କ ମା’ଙ୍କ ମୃତ୍ୟୁ ହୋଇଯାଇଥିଲା। ତେବେ ମା’ଙ୍କ ମୃତ୍ୟୁ ଖବର ଝିଅ ସହି ନ ପାରି କାହାରିକୁ କିଛି ନକହି ଗତ ଶୁକ୍ରବାର ରାତିରେ ହସ୍‌ପିଟାଲ ଛାତରେ ଆତ୍ମହତ୍ୟା କରିଥିଲେ।

ଶନିବାର ସକାଳେ କର୍ମଚାରୀ ଏମ୍ସ ଛାତରେ ଯୁବତୀଙ୍କ ଶବ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ହସ୍‌ପିଟାଲ ପ୍ରଶାସନ ଓ ପୁଲିସକୁ ଏହି ଘଟଣା ସମ୍ପର୍କରେ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଛି। ଏଥିସହିତ ପୁଲିସ ଏହି ଆତ୍ମହତ୍ୟା ଘଟଣାର ତଦନ୍ତ ଆରମ୍ଭ କରି ଦେଇଛି। ପୁଲିସ ମୃତ ମହିଳାଙ୍କ ପରିବାରବର୍ଗଙ୍କୁ ଯୋଗାଯୋଗ କରି ଏହାର ସୂଚନା ଦେଇ ଦେଇଛି।

ସମ୍ବନ୍ଧିତ ଖବର