ଯୁବତୀଙ୍କୁ ଦେଖି ରାସ୍ତା ମଝିରେ ଆପତ୍ତିଜନକ କାର୍ଯ୍ୟ କରୁଥିବା ଯୁବକଙ୍କ ଫଟୋ ଭାଇରାଲ

ପାକିସ୍ତାନ: ପାକିସ୍ତାନର ଲାହୋରରେ ଯୁବତୀଙ୍କୁ ଦେଖି ଆପତ୍ତିଜନକ କାର୍ଯ୍ୟ କରୁଥିବା ଜଣେ ଯୁବକଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗମ୍ଭୀରର କଥା ଏହା ହେଉଛି କି, ଏହି ଯୁବକ ଜଣକ ରାସ୍ତା ମଝିରେ ଛିଡା ହୋଇ ଏଭଳି କାର୍ଯ୍ୟ କରୁଥିଲେ।

‘ପାକିସ୍ତାନ ସ୍ପିକ୍ସ’ ନାମରେ ଏହି ଫେସବୁକ୍‌ ପେଜରେ ସର୍ବପ୍ରଥମେ ଏହି ଯୁବକଙ୍କ ଫଟୋ ପୋଷ୍ଟ କରିଥିଲେ ଏବଂ ଲେଖିଥିଲେ ମୋର ସାଙ୍ଗ ୟୁନିଭର୍ସିଟିର ଏକ ଭ୍ୟାନ୍‌ରେ ବସି ଥିଲେ। ଗାଡ଼ି ସେହି ସମୟରେ ବରକତ ବଜାରରେ ଛିଡା ହୋଇ ଅନ୍ୟ ଏକ ଛାତ୍ରଙ୍କ ପାଇଁ ଅପେକ୍ଷା କରୁଥିଲେ। ଗାଡ଼ିର ଡ୍ରାଇଭର ସେହି ସମୟରେ ଗାଡ଼ିରେ ଉପସ୍ଥିତ ନଥିଲେ। ଏହି ଯୁବକ ଜଣକ ଗାଡ଼ିରେ ଯୁବତୀଙ୍କୁ ଦେଖି ଆକସ୍ମିକ ଭାବେ ରାସ୍ତା ଉପରେ ଛିଡା ହୋଇ ଆପତ୍ତିଜନକ କାର୍ଯ୍ୟ କରିବାରେ ଲାଗିଥିଲେ। ଏହି ସମୟରେ ମୋର ଜଣେ ସାଙ୍ଗ ସେହି ଯୁବକଙ୍କ ଫଟୋ ଉଠାଇ ନେଇଥିଲେ। ଏହି ଯୁବକଙ୍କୁ କିଛି କହିବା ପୂର୍ବରୁ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତେବେ ସୋସିଆଲ ମିଡିଆରେ ଏହି ଯୁବକଙ୍କ ଫଟୋ ସେୟାର ହେବା ପରେ ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଆସିଛି।

ସମ୍ବନ୍ଧିତ ଖବର