ପାର୍ଟିରେ ସ୍ୱାମୀଙ୍କ ସାଙ୍ଗମାନଙ୍କ ସହିତ ନୃତ୍ୟ ନକରିବାରୁ ପତ୍ନୀଙ୍କ ହେଲା ଏଭଳି ଅବସ୍ଥା…ଭିଡିଓ ଦେଖନ୍ତୁ

0

ନୂଆଦିଲ୍ଲୀ: ପାକିସ୍ତାନରୁ ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି। ସ୍ୱାମୀ ଚାହୁଁଥିଲେ କି ତାଙ୍କ ସାଙ୍ଗମାନଙ୍କ ସାମ୍ନାରେ ପତ୍ନୀ ନୃତ୍ୟ କରନ୍ତୁ, କିନ୍ତୁ ପତ୍ନୀ ନୃତ୍ୟ କରିବାକୁ ମନା କରି ଦେଇଥିଲେ। ଫଳରେ ସ୍ୱାମୀ ପତ୍ନୀଙ୍କୁ ପ୍ରଥମେ ବେଲ୍ଟରେ ପିଟିବା ସହିତ ପୋଷାକ ଖୋଲି ମୁଣ୍ଡରୁ ସମସ୍ତ କେଶକୁ କାଟି ଦେଇଥିଲେ। କେବଳ ଏତିକି ନୁହେଁ ଫଙ୍ଖାରେ ଝୁଲାଇ ମାରିବା ପାଇଁ ବି ଧମକ ଦେଇଥିଲେ। ଏହି ଘଟଣା ସମ୍ପର୍କରେ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିିରଫ କରି ନେଇଛି।

Daily Mail

ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାମ୍ନାକୁ ଆସିଥିଲା। ଉକ୍ତ ମହିଳାଙ୍କ ନାମ ଅସ୍ମା ଅଜିଜ ବୋଲି କୁହାଯାଉଛି। ଭାଇରାଲ ହୋଇଥିବା ଭିଡିଓରେ ତାଙ୍କ ଚେହେରାରେ ବି ଆଘାତ ଲାଗିଥିବା ଦେଖିବାକୁ ମିଳୁଛି, ପରେ ସେ ପୁଲିସ ନିକଟରେ ପହଞ୍ଚି ଘଟଣା ବିଷୟରେ ଜଣାଉଛନ୍ତି।

 

ଭିଡିଓରେ ଅସ୍ମା କହୁଛନ୍ତି, ମୋର ସ୍ୱାମୀ ମିୟାଁ ଫେଜଲ ଓ ତାଙ୍କ ସାଙ୍ଗ ସେତେବେଳେ ରାଗି ଯାଇଥିଲେ ଯେତେବେଳେ ମୁଁ ସେମାନଙ୍କ ସହ ନୃତ୍ୟ କରିବାକୁ ମନା କରି ଦେଇଥିଲି। ମୋର ସ୍ୱାମୀ ତାଙ୍କ ସାଙ୍ଗମାନଙ୍କ ସାମ୍ନାରେ ପୋଷାକ ଖୋଲି ମୋର ମୁଣ୍ଡରୁ ସମସ୍ତ କେଶକୁ କାଟି ଦେଇଥିଲେ। ଏହାପରେ ଲୁହା ପାଇପ୍‌ରେ ମାଡ ମାରି ପଙ୍ଖାରେ ଝୁଲାଇ ମାଡ ମାରିବାକୁ ଧମକ ଦେଇଥିଲେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.