ନିଜକୁ ଭାରତୀୟ ବୋଲି କହି ମାଟ୍ରିମୋନିଆଲ ସାଇଟ୍‌ରେ ବିବାହ ପ୍ରସ୍ତାବ ପଠାଇଲେ ପାକିସ୍ତାନୀ ଯୁବକ, ସତ ସାମ୍ନାକୁ ଆସିବା ପରେ ଦେଲେ ହତ୍ୟା ଧମକ

ମୁମ୍ବାଇ : ମୁମ୍ବାଇରେ ଦେଖିବାକୁ ମିଳିଛି ଏକ ଅଶ୍ଚର୍ଯ୍ୟ କଲା ଭଳି ଘଟଣା । ଜଣେ ପାକିସ୍ଥାନୀ ନିଜକୁ ଭାରତୀୟ ବୋଲି କହି ମହିଳାଙ୍କୁ ମାଟ୍ରିମୋନିଆଲ ସାଇଟ୍‌ରେ ବିବାହ ପ୍ରସ୍ତାବ ପଠାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଖାଲି ସେତିକି ନୁହେଁ ସତ ଜାଣି ମହିଳାଜଣଙ୍କ ବିବାହ ପାଇଁ ମନା କରିବାରୁ ଅଭିଯୁକ୍ତ ହତ୍ୟା ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଛି । ସୂଚନା ମୁତାବକ, ଏକ ମାଟ୍ରିମୋନିଆଲ ସାଇଟ୍‌ରେ ନିଜକୁ ଭାରତୀୟ ବୋଲି ପରିଚୟ ଦେଇ ପ୍ରସ୍ତାବ ପଠାଇଥିଲେ ପାକିସ୍ତାନୀ ଯୁବକ । ଭାରତରେ ଜନ୍ମ ହୋଇଥିବା ବେଳେ ଲଣ୍ଡନରେ ଡ଼ାକ୍ତର ଥିବା ଜଣାଇ ମହିଳାଙ୍କୁ ବିବାହ ପାଇଁ ରାଜି କରାଇଥିଲେ । ଖାଲି ସେତିକି ନୁହେଁ, ନିଜ ଘର ନାଗପୁର ବୋଲି କହି କରିଥିବା ଚୁକ୍ତି ସରିବା ପରେ ମୁଁ ଭାରତ ଫେରିଯିବି ବୋଲି ମଧ୍ୟ ଯୁବକଜଣଙ୍କ ମହିଳାଙ୍କୁ ଜଣାଇଥିଲେ । କିଛି ଦିନ କଥା ହେବା ପରେ ଯୁବକଙ୍କ କଥା ବାର୍ତ୍ତାରେ ପରିବର୍ତ୍ତନ ଆସିବାରୁ ପୀଡ଼ିତା ସନ୍ଦେହ କରିବା ଆରମ୍ଭ କରିଥିଲେ ।

Deccan Chronicle

ଏହାପରେ ସେ ଯୁବକ ଜଣଙ୍କ ଲଣ୍ଡନର ଯେଉଁ ଡ଼ାକ୍ତରଖାନାରେ କାମ କରୁଥିବା କହିଥିଲେ ସେହି ଡ଼ାକ୍ତରଖାନାକୁ ଫୋନ କରି ପଚାରିଥିଲେ । କିନ୍ତୁ ସେଠାରୁ ଯୁବକ ଜଣଙ୍କ ପାକିସ୍ତାନୀ ବୋଲି ଜଣାପଡ଼ିଥିଲା । ଏହା ସହ ଯୁବକଜଣଙ୍କ ବିବାହିତ ଓ ତାଙ୍କର ୩ଟି ସନ୍ତାନ ଅଛନ୍ତି ବୋଲି ମଧ୍ୟ ଜାଣି ପାରିଥିଲେ ମହିଳା । ସବୁ ସତ ଜାଣିବା ପରେ ପୀଡ଼ିତା ବିବାହ କରିବା ପାଇଁ ମନା କରି ଦେବାରୁ ହତ୍ୟା ଧମକ ଦେବାକୁ ଲାଗିଥିଲେ ଅଭିଯୁକ୍ତ । ଏ ନେଇ ପୀଡ଼ିତା ମୁମ୍ବାଇର ବର୍ସେଭା ପୁଲିସ ଷ୍ଟେସନରେ ଅଭିଯୋଗ କରିବା ପରେ ଯୁବକଙ୍କୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର