ଦୁଷ୍କର୍ମକାରୀକୁ ଘଣ୍ଟଘୋଡ଼ାଇଲା ପଞ୍ଚାୟତ : ପୀଡ଼ିତାଙ୍କୁ ୫୧,୦୦୦ଟଙ୍କା ଦେଇ ମାମଲା ରଫାଦଫା କରିବାକୁ କହିଲା

ଉଦୟପୁର : ରାଜସ୍ଥାନରେ ଘଟିଛି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା । ଜଣେ ଦୁଷ୍କର୍ମକାରୀକୁ ବଞ୍ଚାଇବାକୁ ଯାଇ ପଞ୍ଚାୟତ ଯେଉଁ ରାୟ ଶୁଣାଇଛି ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଜଣେ ଯୁବକ ମାନସିକ ବିକୃତ ଦଳିତ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ବେଳେ ଏହାର ସମଧାନ କରିବାକୁ ଯାଇ ପୀଡ଼ିତାଙ୍କୁ ୫୧,୦୦୦ ଟଙ୍କା କ୍ଷତିପୂରଣ ଦେଇ ମାମଲା ରଫାଦଫା କରିବା ପାଇଁ ପଞ୍ଚାୟତ ନିଷ୍ପତ୍ତି ନେଇଥିଲେ । ଏହା ସହ ଏ ନେଇ ପୁଲିସରେ କୌଣସି ଅଭିଯୋଗ ନ କରିବା ଏବଂ ପୀଡ଼ିତାଙ୍କ ଡ଼ାକ୍ତରୀ ପରୀକ୍ଷା ନ କରାଇବା ପାଇଁ ପଞ୍ଚାୟତ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ଆଦେଶ ଦେଇଥିବା ଜଣାପଡ଼ିଥିଲା । କିନ୍ତୁ ଗ୍ରାମୀଣ ମହିଳା ବିକାଶ ସଂସ୍ଥାନ ଏହି ମାମଲାରେ ହସ୍ତକ୍ଷପ କରିବା ପରେ ଏବେ ଏ ନେଇ ଏତଲା ରୁଜୁ କରିଛି ।

The Hush Post

ସୂଚନା ମୁତାବକ,ସୀତାରାମ ଜାଟ୍‌ ନାମକ ଜଣେ ଯୁବକ ୩୫ ବର୍ଷିୟ ଦଳିତ ଯୁବତୀଙ୍କୁ ଗାଁ ବାହାରକୁ ନେଇ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଇ ଜଣ ଫେରୁଥିବା ବେଳେ ଗାଁ ଲୋକ ସନ୍ଦେହ କରି ଯୁବକଙ୍କୁ ପଚାରିବା ପରେ ସବୁ ସତ ବାହାରକୁ ଆସିଥିଲା । ଏ କଥା ପଞ୍ଚାୟତରେ ପଡ଼ିବା ପରେ ପଞ୍ଚୟତର ମୁଖିଆ ଗାଁର ସମ୍ମାନ ପାଇଁ ଏ କଥାଟି ବାହାରକୁ ନ ଆଣିବା ପାଇଁ କହିଥିଲେ । ଏହା ସହ ପୀଡ଼ିତାଙ୍କ ପରିବାର ଲୋକଙ୍କୁ ୫୧,୦୦୦ଟଙ୍କା ଦେଇ ମାମଲାକୁ ରଫାଦଫା କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଗ୍ରାମୀଣ ମହିଳା ବିକାଶ ସଂସ୍ଥାନ ଏନ୍‌ଜିଓ ପାଇଁ ଏହି ଘଟଣାର ଅଭିଯୋଗ କରାଯିବା ଅଭିଯୁକ୍ତକୁ ଗିରଫ କରିବାକୁ ପହଁଞ୍ଚିଥିଲା ପୁଲିସ । କିନ୍ତୁ ସେତେବେଳକୁ ଅଭିଯୁକ୍ତ ଜଣଙ୍କ ଫେରାର ହୋଇ ଯାଇଥିଲା । ଏବେ ସବୁ ଦିଗ ପ୍ରତି ତଦନ୍ତ କରିବା ସହ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର