ରାମ ରହିମଙ୍କ ବିରୋଧରେ ଥିବା ହତ୍ୟା ମାମଲାର ଶୁଣାଣି ଜାନୁଆରି ୧୦ରେ, ପଞ୍ଚକୁଲାରେ ହାଇଆଲର୍ଟ ଜାରି

ଚଣ୍ଡିଗଡ଼: ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଗୁରମିତ୍‌ ରାମ ରହିମ ସିଂହ ଜେଲ୍‌ ଦଣ୍ଡ ଭୋଗୁଥିବା ବେଳେ ତାଙ୍କ ବିରୋଧରେ ଥିବା ହତ୍ୟା ଅଭିଯୋଗର ଶୁଣାଣି କୋର୍ଟ ଜାନୁଆରି ୧୧ ତାରିଖରେ କରିବେ ବୋଲି ସୂଚନା ରହିଛି। ଏହି ଖବର ମିଳିବା ପରେ ପଞ୍ଚକୁଲାଠାରେ ଏବେ ହାଇଆଲର୍ଟ ଜାରି କରାଯାଇଛି। ଶୁଣାଣି ତାରିଖ ପାଖେଇ ଆସିବା ବେଳେ ରାଜ୍ୟ ସରକାର ପୁଲିସ୍‌ମାନଙ୍କ ଛୁଟି ବାତିଲ କରି ଦେଇଥିବା ସୂଚନା ରହିଛି।

୨୦୧୭ ମସିହା ଅଗଷ୍ଟ ମାସରେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରମିତ ରାମ ରହିମଙ୍କୁ ସିବିଆଇର ସ୍ୱତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଥିଲେ। ସେ ସମୟରେ କାନୁନ ବିରୋଧରେ ଯାଉଥିବା ରାମ ରହିମଙ୍କ ସମର୍ଥକମାନଙ୍କୁ ଆୟତ୍ତ କରିବା ପାଇଁ ସରକାର ଅତିରିକ୍ତ ପୁଲିସ୍‌ ନିୟୋଜିତ କରିଥିଲେ।

ଶେଷରେ ଆଶ୍ରମରେ ଥିବା ସ୍ୱାଧୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗୁରମିତ ରାମ ରହିମଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ଦଣ୍ଡାଦେଶ ହୋଇଥିଲା। ରାମ ରହିମଙ୍କ ଶୁଣାଣି ପରେ ତାଙ୍କୁ ସମର୍ଥନ କରୁଥିବା ପ୍ରାୟ ୪୦ ଜଣଙ୍କର ଭିଡ଼ ହିଂସାରେ ମୃତ୍ୟୁ ଘଟିଥିବା ବେଳେ ୩୦୦ରୁ ଊର୍ଧ୍ୱ ଆହତ ହୋଇଥିଲେ।

ରାମ ରହିମ ବର୍ତ୍ତମାନ ହରିଆଣାର ରୋହତକ ଜିଲ୍ଲାର ସୁନାରିଆ ଜେଲ୍‌ରେ କାରାଦଣ୍ଡ ଭୋଗୁଛନ୍ତି। ସେ ୨୦୦୨ ମସିହା ନଭେମ୍ବର ୨୧ ତାରିଖରେ ସାମ୍ବାଦିକ ରାମ ଚନ୍ଦର ଛତ୍ରପତିଙ୍କୁ ଶୀର୍ଷା ଜିଲ୍ଲାରେ ଗୁଳି କରି ହତ୍ୟା କରାଯାଇଥିଲା। ଏହି ହତ୍ୟା ଅଭିଯୋଗ ରାମ ରହିମଙ୍କ ଉପରେ ରହିଛି।

ସମ୍ବନ୍ଧିତ ଖବର