ଗୃହ ସହାୟିକା କାମ ଦେବାର ପ୍ରଲ୍ଲୋଭନ ଦେଖାଇ ୪ ଦିନ ଭିତରେ ମହିଳାଙ୍କ ସହ ୪୦ ଥର ଦୁଷ୍କର୍ମ କରିଛନ୍ତି ୪ ଜଣ ଦୁର୍ବୃତ୍ତ

ପଞ୍ଚକୁଲା: ପଞ୍ଚକୁଲାଠାରେ ଘଟିଯାଇଛି ଏକ ଅତ୍ୟନ୍ତ ଲଜ୍ଜାକର ଘଟଣା। ଜଣେ ୨୨ ବର୍ଷୀୟା ମହିଳାଙ୍କୁ ଲଗାତର ୪ ଦିନ ଧରି ୪୦ ଜଣ ଲୋକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଚଣ୍ଡିଗଡ଼ ପୁଲିସ୍‌ରେ ଅଭିଯୋଗ ଆଣିବା ପରେ ଏହା ଏବେ ସମଗ୍ର ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଗଣମାଧ୍ୟମରେ ବୟାନ୍‌ ଦେଇ ଏହି ସାହସିନୀ ମହିଳା ଜଣକ କହିଛନ୍ତି କି ‘ଚାକରି ଦେବାର ପ୍ରଲ୍ଲୋଭନ ଦେଖାଇ ପଞ୍ଚକୁଲାର ମର୍ଣ୍ଣିଠାରେ ଥିବା ‘ଲଭ୍‌ଲି’ ଗେଷ୍ଟ୍‍ ହାଉସ୍‌ରେ ତାଙ୍କୁ ଜଣେ ପରେ ଜଣେ ଅଭିଯୁକ୍ତ ଦୁଷ୍କର୍ମ କରିଥିଲେ। ତାଙ୍କୁ ଅଭିଯୁକ୍ତମାନେ କହିଥିଲେ କି ସେ ଗୃହ ସହାୟିକା ଭାବେ କାର୍ଯ୍ୟ କରିବେ। କେବଳ ଘର ସଫା କରିବା ପାଇଁ ତାଙ୍କୁ ମାସିକ ୧୧,୦୦୦ ଟଙ୍କା ପ୍ରଦାନ କରାଯିବ। ମାତ୍ର ଜୁଲାଇ ୧୫ରେ ପଞ୍ଚକୁଲାରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ତାଙ୍କୁ ଏକ ଘରେ ତାଲା ପକାଇ ଦେଇଥିଲେ।

 

ସେ ତାଙ୍କ ଅଭିଯୋଗରେ ଜଣାଇଛନ୍ତି ଯେ, ସେଠାରେ ତାଲା ପକାଇ ୪ ଜଣ ଲୋକ ତାଙ୍କୁ ଲଗାତର ଭାବେ ୪ ଦିନ ଦୁଷ୍କର୍ମ କରିଥିଲେ। ସେହି ୪ ଦିନ ଭିତରେ ତାଙ୍କୁ ୪୦ ଥର ଦୁଷ୍କର୍ମ କରାଯାଇଛି ବୋଲି ସେ ବୟାନରେ କହିଛନ୍ତି।

ମହିଳା ଜଣକ ଅଭିଯୁକ୍ତମାନଙ୍କୁ ପୁଲିସ୍‌ର ଧମକ ଦେବା ପରେ ସେଠାରେ ମୁକୁଳି ଆସିଛନ୍ତି। ମୁକୁଳି ଆସିବା ପରେ ସେ ପଞ୍ଚକୁଲାର ସିଭିଲ୍‌ ହସ୍ପିଟାଲ୍‌ରେ ଯାଇ ଡାକ୍ତରୀ ପରୀକ୍ଷା କରିବା ପରେ ପୁଲିସ୍‌ରେ ରିପୋର୍ଟ ଦାଖଲ କରିଛନ୍ତି। ମହିଳା ଓ ତାଙ୍କ ସ୍ୱାମୀ ମିଶି ଯେତେବେଳେ ପଞ୍ଚକୁଲାର ସ୍ଥାନୀୟ ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ ଲେଖାଇବାକୁ ଯାଇଥିଲେ ପୁଲିସ୍‌ ମାମଲା ରୁଜୁ କରିବାକୁ ମନା କରି ଦେଇଥିଲା ବୋଲି ମହିଳାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି।

ସମ୍ବନ୍ଧିତ ଖବର