ଆମ୍ବୁଲାନ୍ସରେ ଅଭାବନୀୟ ଘଟଣା: ନର୍ସଙ୍କୁ ଅସଦାଚରଣ କଲେ ଚିକିତ୍ସ‌ା ପାଇଁ ଯାଉଥିବା ଯୁବକ

ନୂଆଦିଲ୍ଲୀ: ଚିକିତ୍ସା ପାଇଁ ଡାକ୍ତରଖାନା ଯାଉଥିବା ଜଣେ ଯୁବକ ନର୍ସଙ୍କ ସହ ଅସଦାଚରଣ କରିବା ଘଟଣା ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ୨୫ବର୍ଷୀୟା ନର୍ସ ନିଜର ପରିଚୟ ଦେଇ ଘଟଣା ବିଷୟରେ ଜଣାଇଛନ୍ତି। ନର୍ସ ଲିଜି ସ୍ମିଥଙ୍କ କହିବା ଅନୁଯାୟୀ, ଲଣ୍ଡନରେ ଜଣେ ଯୁବକ ଝଗଡ଼ା କରି ଆହତ ‌ହେବା ପରେ ତାଙ୍କୁ ଡାକ୍ତରଖାନା ନିଆଯାଉଥିଲା। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ନର୍ସ ଲିଜି ତାଙ୍କର ପ୍ରାଥମିକ ଚିକିତ୍ସା କରିଥିଲେ। ଯାହା ପରେ ପରେ ଅଭିଯୁକ୍ତ ଯୁବକ ତାଙ୍କ ସହ ଅସଦାଚରଣ କରିବା ଆରମ୍ଭ କରିଥିଲେ ବୋଲି କହିଛନ୍ତି ଲିଜି। ଅଭିଯୁକ୍ତର ନାଁ ସବେହ ସାଲମେର ବୋଲି କହିଛନ୍ତି ନର୍ସ ଲିଜି।

ଘଟଣାଟି ଜୁନ ୨୦୧୯ରେ ଘଟିଥିବା ବେଳେ ପୀଡ଼ିତା ଏବେ ଘଟଣା ବିଷୟରେ ସମସ୍ତଙ୍କୁ ଜଣାଇଛନ୍ତି। କାରଣ ଅନେକ ସମୟରେ ଡାକ୍ତରଖାନା କର୍ମଚାରୀମାନେ ଅସଦାଚରଣର ଶିକାର ହୋଇଥାନ୍ତି। କିନ୍ତୁ କେହି ବି ଏ ବିଷୟରେ ମୁହଁ ଖୋଲନ୍ତି ନାହିଁ। ଏଭଳି ପରିସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଲିଜି ନିଜ ସହ ଘଟିଥିବା ଘଟଣା ବିଷୟରେ କହିବା ପାଇଁ ନିଷ୍ପତ୍ତି ‌ନେଇଥିଲେ ବୋଲି ଜଣାଇଛନ୍ତି।

इलाज के लिए जा रहा था युवक, एंबुलेंस में नर्स का किया यौन शोषण
aajtak.intoday.in

ବ୍ରିଟେନର ଜିଏମବି ଦେଇଥିବା ସୂଚନା ମୁତାବକ, ୨୦୧୩ରୁ ୨୦୧୮ ମଧ୍ୟରେ ଆମ୍ବୁଲାନ୍ସ କର୍ମଚାରୀଙ୍କ ସହ ୧୪,୪୪୧ଟି ଶାରୀରିକ ହିଂସାର ମାମଲା ସାମ୍ନାକୁ ଆସିଛି। ଲିଜିଙ୍କ ଅନୁଯାୟୀ, ରାତି ସିପ୍ଟରେ ଏକାଧିକ ଥର ମହିଳା କର୍ମଚାରୀ ଅସଦାଚରଣର ଶିକାର ହେଉଥିବା ବେଳେ ଏ ବିଷୟରେ କେହି  ପାଟି ଫିଟାନ୍ତି ନାହିଁ।

ସମ୍ବନ୍ଧିତ ଖବର