ସାବତ ମା, ବାପା୫ ବର୍ଷ ଝିଅକୁ ଜିଅନ୍ତା ପୋତିଦେଲେ

ମୋରାଦାବାଦ: ଉତ୍ତରପ୍ରଦେଶର ମୋରାଦାବାଦ ଅଞ୍ଚଳରେ ଏକ ଲୋମଟାଙ୍କୁରା ଘଟଣା ପାରିବାରିକ ସମ୍ପର୍କରେ କଳଙ୍କ ଲଗାଇଛି। ଜଣେ ଅଧମ ବାପା ନିଜର ଦ୍ୱିତୀୟ ପତ୍ନୀ ସହ ମିଶି ଏକ ତାନ୍ତ୍ରିକ ପ୍ରରୋଚନାରେ ନିଜର ୫ ବର୍ଷର ଝିଅକୁ ୬ ଦିନ ଧରି କୌଣସି ଖାଧ୍ୟ ଓ ପାନୀୟ ନ ଦେଇ ଶେଷରେ ଘର ଭିତରେ ଜୀବନ୍ତ ପୋତି ଦେଇଛି। ଘର ଭିତରେ ହେଉଥିବା ତନ୍ତ୍ର ପୂଜା ଓ ଧଈର୍ଘ ଦିନ ଧରି ସମ୍ପୃକ୍ତ ନାବାଳିକାଙ୍କୁ ଦେଖିବାକୁ ନ ପାଇ ଜଣେ ପଡୋଶୀ ଏ ସମ୍ପର୍କରେ ପୁଲିସକୁ ସୂଚନା ଦେବା ପରେ ଘଟଣା ଏବେ ପଦାକୁ ଆସିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଚୌଧରପୁର ଗାଁର ଆନନ୍ଦ ପାଲ। ତାଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ଆନନ୍ଦ ଅନ୍ୟ ଜଣେ ମହିଳାଙ୍କୁ ବିଶହ କରିଛନ୍ତି ଃତେବେ ତାଙ୍କ ପ୍ରଥମ ପତ୍ନୀଙ୍କ ଠାରୁ ତାରା ନାମକ ଜଣେ୫ ବର୍ଷର ଝିଅଥିଲା। କୁନି ଝିଅଟି ପରିସ୍ଥିତିରେ ପଡ଼ି ତାରା ସାବତ ମା ଓ ବାପାଙ୍କ ସହିତ ରହୁଥିଲା। ଇତିମଧ୍ୟରେ ଆନନ୍ଦଙ୍କ ଦ୍ୱିତୀୟ ପତ୍ନୀ ଅନ୍ତସତ୍ତ୍ୱା ହୋଇଥିଲେ। ତାଙ୍କୁ ଜଣେ ତାନ୍ତ୍ରିକ ପରାମର୍ଶ ଦେଇଥିଲେ ଯେ ଯଦି ସେମାନେ ଏକ ନାବାଳିକାକୁ ଜୀବନ୍ତ ସମାଧି ଘର ଭିତରେ ଦିଅନ୍ତି, ତେବେ ସେମାନଙ୍କର ଏକ ସୁସନ୍ତାନ ଜନ୍ମ ହେବ। ଏହା ପରେ ଆନନ୍ଦ ଓ ତାଙ୍କ ଦ୍ୱିତୀୟ ପତ୍ନୀ ଙ୍କର ନଜର ପଡ଼ିଥିଲା ତାରା ଉପରେ। ତାରାଙ୍କୁ ବାପା ଓ ସାବତ ମା ୬ ଦିନ ଧରି କୌଣସି ଖାଦ୍ୟ ଖାଇବାକୁ ଦେଇ ନ ଥିଲେ। ଏପରିକି ପିଇବା ପାଇଁ ପାଣି ମଧ୍ୟ ଦେଇ ନ ଥିଲେ। ଗତ ଶୁକ୍ରବାର ଦିନ ଅତି ଅମାନୁଷିକଭାବେ ତାରାଙ୍କୁ ତାଙ୍କ ସାବତ ମାଆ ଓ ବାପା ମିଶଇ ଘର ଭିତରେ ଏକ ଗାତ ଖୋଳି ଜିଅନ୍ତା ପୋତି ଦେଇଥିଲେ। ଏ ସମ୍ପର୍କରେ ପଡୋଶୀଙ୍କ ଠାରୁ ସୂଚନା ପାଇ ପୁଲିସ ଘର ଭିତରୁ ପୋତା ଯାଇଥିବା ତାରାଙ୍କ ମୃତଦେହ ଜବତ କରିଛି। ଶବବ୍ୟବଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ ତାରାଙ୍କୁ ଅନ୍ତତଃ ଏକ ସପ୍ତାହ ଯାଏ କୌଣସି ଖାଦ୍ୟ ପାନୀୟ ଦିଆଯାଇ ନ ଥିଲା। ଏ ନେଇ ଆନନ୍ଦ ଓ ତାଙ୍କର ୫ ମାସର ଗର୍ଭବତୀ ପତ୍ନୀଙ୍କ ନାଁରେ ହତ୍ୟାା ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧିତ ଖବର