ମଦ ନିଶାରେ ବିମାନରେ ଜଣେ କପଡ଼ା ବ୍ୟବସାୟୀ ଏୟାର ହଷ୍ଟେସ୍‌ଙ୍କୁ କଲେ ଅସଦାଚରଣ

ନୂଆଦିଲ୍ଲୀ: ମଦ ନିଶାରେ ଜଣେ କପଡ଼ା ବ୍ୟବସାୟୀ ରଷିୟାନ୍‌ ଏୟାରଲାଇନ୍ସର ଜଣେ ଏୟାର ହଷ୍ଟେସ୍‌ଙ୍କୁ ଅସଦାଚରଣ କରିଥିବାର ଘଟଣା ସାମ୍ନାକୁ ଆସିଛି। ଏହି ଘଟଣାକୁ ନେଇ ପୁଲିସ ମାମଲା ମଧ୍ୟ ରୁଜୁ କରିଛି।

ଦିଲ୍ଲୀ ପୁଲିସର ବରିଷ୍ଠ ଅଧିକାରୀଙ୍କ ମୁତାବକ, ସକାଳ ୩ଟା ସମୟରେ ଏୟାରଲାଇନ୍ସ ତରଫରୁ ଅଭିଯୋଗ ମିଳିଥିଲା କି ବିମାନ ଏମୟୁ ୨୩୨ର ଜଣେ ଏୟାର ହଷ୍ଟେସ୍‌ ବ୍ୟବସାୟୀ ଯାତ୍ରୀଙ୍କ ଦ୍ୱାରା ଅସଦାଚରଣର ଶିକାର ହୋଇଛନ୍ତି। ଏହି ବିମାନଟି ମୋସ୍‌କୋରୁ ଦିଲ୍ଲୀ ଆସୁଥିଲା। ଉକ୍ତ ବ୍ୟବସାୟୀ ଜଣକ ୫୦ବର୍ଷୀୟ ରାମ କିସନ୍‌ ବୋଲି ଜଣାପଡ଼ିଛି।

ବିମାନରେ ଯେତେବେଳେ ଏୟାର ହଷ୍ଟସ୍‌ ରାମ କିସନ୍‌ଙ୍କୁ ମଦ ପିଇବାକୁ ରୋକିଥିଲେ, ସେତେବେଳେ ସେ ତାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ସହିତ ଅସଦାଚରଣ କରିଥିଲେ। ମହିଳା ନିଜକୁ ରାମ କିସନ୍‌ କବଳରୁ ଯେତେ ଛଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ ଜୋରଜବରଦସ୍ତି ତାଙ୍କୁ ଧରିବା ପାଇଁ ଚେଷ୍ଟା କରିଥିଲେ। ବିମାନଟି ଦିଲ୍ଲୀ ପହଞ୍ଚିବା ପରେ ରାମ କିସନ୍‌ ବିରୋଧରେ ମାମଲା ରୁଜୁ ହେବା ପରେ ପୁଲିସ ଯାଞ୍ଚ ଆରମ୍ଭ କରିଛି। ଯାଞ୍ଚ ପରେ ରାମ କିସନ୍‌ଙ୍କୁ ଦୋଷୀ ପାଇଲା ପରେ ତାଙ୍କୁ ଗିରଫ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର