ବେଶ୍ୟାବୃତ୍ତି ପାଇଁ ଦୁଇଜଣ ନାବାଳିକାଙ୍କୁ ଅପହରଣ,ଦୁଷ୍କର୍ମ ଅଭିଯୋଗରେ ପାଦ୍ରିକୁ ୩୦ ବର୍ଷର ଜେଲ ଦଣ୍ଡାଦେଶ

କୁଡ଼୍‍ଡ଼ାଲୋର: ତାମିଲନାଡୁର କୁଡ଼୍‍ଡ଼ାଲୋରର ଏକ ମହିଳା ନ୍ୟାୟାଳୟ ଜଣେ ଖ୍ରୀଷ୍ଟିଆନ୍‌ ପାଦ୍ରିକୁ ୩୦ ବର୍ଷର ଜେଲ ଦଣ୍ଡାଦେଶ ଦେଇଛନ୍ତି। ଏଥିରେ ଆଠଜଣ ମହିଳାଙ୍କ ସମେତ ଅନ୍ୟ ୧୫ ଜଣଙ୍କୁ ୨୦୧୪ରେ ବେଶ୍ୟାବୃତ୍ତି ପାଇଁ ଦୁଇଜଣ ନାବାଳିକାଙ୍କୁ ଅପହରଣ,ଦୁଷ୍କର୍ମ ଓ ଜବରଦସ୍ତି ଉସୁକାଇବା ପାଇଁ ଅଲଗା ଅଲଗା ପ୍ରକାର ଦଣ୍ଡ ବିଧାନ କରିଛନ୍ତି। ଏହି ଘଟଣା ୨୦୧୪ ମସିହାର।
ଖାଲି ସେତିକି ନୁହେଁ,ନ୍ୟାୟାଳୟ ଦକ୍ଷିଣ ଭାରତର ଏହି ଗୀର୍ଜାରେ ଥିବା ପାଦ୍ରି ଅରୁଲଦୋସ(୬୦)କୁ ୫ ଲକ୍ଷ ଟଙ୍କାର ଆର୍ଥିକ ଦଣ୍ଡ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।


ହାଇସ୍କୁଲରେ ପଢୁଥିବା ଜଣେ ୧୩ ବର୍ଷର ନାବାଳିକାକୁ ଏକ ଇଡ଼ଲି ଦୋକାନୀ ନିଜର ସ୍ୱାମୀ ସହିତ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରିଥିଲା। ତା’ପରେ ସେ ନିୟମିତ ରୂପେ ଏହି କାର୍ଯ୍ୟରେ ଲିପ୍ତ କରାଇଥିଲା। ତା’ପରେ ଉକ୍ତ ନାବାଳିକାକୁ ଉପରେ ଚାପ ପକାଇ ପୁଣି ତା’ର ୧୪ ବର୍ଷୀୟା ନାବାଳିକା ସାଙ୍ଗକୁ ଡାକି ଶାରୀରିକ ସଂପର୍କ ରଖିଥିଲା ଇଡିଲ ଦୋକାନୀର ସ୍ୱାମୀ। ତା’ପରେ ସେ ଦୁହିଁଙ୍କୁ ବେଶ୍ୟାବୃତ୍ତିରେ ଲିପ୍ତ କରିଥିଲେ। ତା’ପରେ ସେମାନଙ୍କ ପିତାମାତା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପାଦ୍ରି ଅରୁଲ ଦୋସ ମଧ୍ୟ ନାବାଳିକାଙ୍କର ଯୌନ ଶୋଷଣ କରିଥିଲା। ଅରୁଲ ଦୋସ ବେଶ୍ୟାବୃତ୍ତି ପାଇଁ ଦୁଇଜଣ ନାବାଳିକାଙ୍କୁ ଅପହରଣ,ଦୁଷ୍କର୍ମ ଓ ଜବରଦସ୍ତି ଉସୁକାଇଥିଲା

ସମ୍ବନ୍ଧିତ ଖବର