ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କଲା ପାଟ୍‌ନା ପୁଲିସ୍‌, ଘଟଣାର ଭିଡିଓ କରିଥିବା ବ୍ୟକ୍ତି ଜଣକ କିଏ ତଦନ୍ତ ଚାଲିଛି

ପାଟ୍‌ନା: ଜଣେ ବ୍ୟକ୍ତି ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ପାଟ୍‌ନା ପୁଲିସ୍‌ ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରିଛି। ପୀଡ଼ିତା ମହିଳା ଜଣକ ଗାଧୋଇବା ପାଇଁ ବର୍ହା ଅଞ୍ଚଳର ଗଙ୍ଗା ନଦୀକୁ ଯାଉଥିଲେ। ସେହି ସମୟରେ ବ୍ୟକ୍ତି ଜଣକ ମହିଳାଙ୍କୁ ଦୁଷ୍କର୍ମ କରିଥିବା ପୁଲିସ୍‌ ବିଭାଗର ଗ୍ରାମୀଣ ସୁପରିଟେଣ୍ଡେଣ୍ଟ୍‌ ଆନନ୍ଦ କୁମାର ପ୍ରକାଶ କରିଛନ୍ତି।

‘ଏହି ଘଟଣାର ତଦନ୍ତ କରି ଆମେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛୁ। ଏବେ ଆମେ ଅନ୍ୟ ବ୍ୟକ୍ତି ଜଣକୁ ଖୋଜିବା ପାଇଁ ତଦନ୍ତ ଚଳାଉଛୁ। କାରଣ ଯେହେତୁ ଘଟଣାର ଭିଡିଓ ରେକର୍ଡିଂ ହୋଇଛି ସେଠାରେ ଅନ୍ୟ ଜଣେ କେହି ନିଶ୍ଚୟ ଉପସ୍ଥିତ ଥିଲେ। ସେହି ବ୍ୟକ୍ତି ଜଣକୁ ଧରିବା ବାକି ରହିଲା। ଏହି ଘଟଣା କେଉଁ ତାରିଖରେ ଘଟିଛି ତାହା ଏଯାବତ୍‌ ଜଣାପଡ଼ିନାହିଁ।’ ବୋଲି ଆନନ୍ଦ କୁମାର କହିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ଏହି ଘଟଣା ଘଟିଛି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର