ପଟ୍ଟାମୁଣ୍ଡାଇ: ଚାହାପଡ଼ା ଗ୍ରାମରେ ପାରିବାରିକ କଳହରୁ ଯୁବକଙ୍କୁ ହତ୍ୟା

ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ଚାହାପଡ଼ା ଗ୍ରାମରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ନିହତ ଯୁବକଙ୍କ ନାମ କରୁଣାକର ନାୟକ।

ଚାହାପଡ଼ାର ୧୬ ନମ୍ବର ଓ୍ଵାର୍ଡରେ ଘଟିଥିବା ଏହି ହତ୍ୟା କାଣ୍ଡ ପାରିବାରିକ କଳହ ଯୋଗୁଁ ଘଟିଥିବା ପ୍ରକାଶ। ଘର ଭିତରୁ ତାଙ୍କ କ୍ଷତାକ୍ତ ଶବ ଉଦ୍ଧାର କରା ଯାଇଛି। କୌଣସି ତୀକ୍ଷ୍ଣ ଅସ୍ତ୍ରରେ ତାଙ୍କୁ ହତ୍ୟା କରାଯାଇଛି। ଘଟଣାସ୍ଥଳରେ ଏସ୍‌ଡିପିଓ ଉମାଶଙ୍କର ମହାରଣା ପହଞ୍ଚିଛନ୍ତି।

ସମ୍ବନ୍ଧିତ ଖବର