ପବିତ୍ର ଗ୍ରନ୍ଥରୁ କାଗଜ ଚିରି ନିଜ ପୁଅ ଟିଫିନ୍‌ରେ ଗୁଡ଼ାଇବା ମହଙ୍ଗା ପଡ଼ିଲା; ପୂଜାରୀ ଦମ୍ପତିଙ୍କ ଘରେ ପହଞ୍ଚିଲା ପୁଲିସ୍‌

ଫିରୋଜପୁର୍‌: ନିଜର ଦୁଇ ଜଣକ ସ୍କୁଲ୍‌ ଯାଉଥିବା ପୁଅଙ୍କ ଟିଫିନ୍‌ ଗୁଡ଼ାଇବା ପାଇଁ ପବିତ୍ର ଗ୍ରନ୍ଥରୁ କାଗଜ ଚିରି ବ୍ୟବହାର କରୁଥିବାରୁ ଗୁରୁଦ୍ୱାରର ଜଣେ ପୂଜାରୀ ଓ ତାଙ୍କ ପତ୍ନୀଙ୍କୁ ପୁଲିସ୍‌ ଗିରଫ କରିଛି। ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ନିଜ ପୁଅ ପାଇଁ ଲଞ୍ଚରେ ଦେଉଥିବା ରୁଟି ଗୁଡ଼ାଇବା ପାଇଁ ପୂଜାରୀଙ୍କ ପତ୍ନୀ ରୀତିମତ ଭାବେ ପବିତ୍ର ଗ୍ରନ୍ଥର ପୃଷ୍ଟାକୁ ଚିରି ବ୍ୟବହାର କରି ଆସୁଥିଲେ।

ଛାତ୍ର ସଂଘ ସିଖ୍‌ ଷ୍ଟୁଡେଣ୍ଟ ଫେଡରେସନର ସଦସ୍ୟମାନେ ପ୍ରଥମେ ଏହି ଘଟଣା ଜାଣିବା ପରେ ନିଜ ପରିସରରେ ତଦନ୍ତ କରିଥିଲେ। ପରେ ଘଟଣା ସଂପର୍କରେ ପୁଲିସ୍‌କୁ ସୂଚନା ଦେଇଥିଲେ। ପରବର୍ତ୍ତୀ ମୁହୂର୍ତ୍ତରେ ପୁଲିସ୍‌ ଘଟଣାର ତଦନ୍ତ କରିବାରୁ ସ୍କୁଲ୍‌ ପରିସରରେ ଗ୍ରନ୍ଥର ଚିରା ଅଂଶ ପାଇଥିଲା।

ପୁଲିସ୍‌ ସ୍କୁଲ୍‌ ପରିସରରୁ ଗ୍ରନ୍ଥର ଚିରା ଅଂଶ ପାଇବା ପରେ ବାଘ ଓ୍ଵାଲି ବସ୍ତିରେ ଥିବା ପୂଜାରୀଙ୍କ ଘରକୁ ଯାଇଥିଲା। ପୂଜାରୀଙ୍କ ରୋଷେଇ ଘରୁ ପୁଲିସ୍‌ ସେପରି କିଛି ପୃଷ୍ଟା ପାଇବା ପରେ ସେ ଦୈନିକ ଏପରି କରୁଛନ୍ତି ବୋଲି ଏକ ରକମର ସ୍ପଷ୍ଟ ହୋଇଥିଲା।

ପୁଲିସ୍‌ ସେଠାରୁ ପୂଜାରୀ ଗୁରଦିତ୍‌ ସିଂହ ଏବଂ ତାଙ୍କ ପତ୍ନୀ ନିମରତ୍‌ କୌର୍‌ଙ୍କୁ ଗିରଫ କରିଥିଲା। ଏହି ମାମଲାର ତଦନ୍ତ ଏବେ ବି ଜାରି ରହିଛି।

ସମ୍ବନ୍ଧିତ ଖବର