ଚପଲରେ କ୍ୟାମେରା ଖଞ୍ଜି ସ୍କଟ୍‌ ପିନ୍ଧା ଯୁବତୀଙ୍କ ଆପତ୍ତିଜନକ ଫଟୋ ଉଠାଉଥିଲା ଯୁବକ

ନୂଆଦିଲ୍ଲୀ: କେରଳ ତ୍ରିଶୁର ଜିଲ୍ଲାରେ ଜଣେ ବ୍ୟକ୍ତି ଚପଲରେ କ୍ୟାମେରା ଖଞ୍ଜି ସ୍କଟ୍‌ ପିନ୍ଧା ଯୁବତୀଙ୍କ ଆପତ୍ତିଜନକ ଫଟୋ ଉଠାଉଥିବା ଅଭିଯୋଗରେ ପୁଲିସ ଗିରଫ କରିଛି।

ସୂଚନାଯୋଗ୍ୟ, ତ୍ରିଶୁର ଜିଲ୍ଲା କାଲୋଲସେଭମରେ ସ୍କୁଲ ଆର୍ଟ ଫେଷ୍ଟିଭାଲ ଚାଲିଥିଲା। ଏହି ଫେଷ୍ଟିଭାଲ କୁ ଜଣେ ବ୍ୟକ୍ତି ଆସିଥିଲା। ଯିଏକି ନିଜ ପିନ୍ଧା ଚପଲରେ ଗୋପନୀୟ ଭାବେ କ୍ୟାମେରା ଖଞ୍ଜି ରଖିଥିଲା। ଏବଂ ସ୍କଟ ପିନ୍ଧା ଯୁବତୀଙ୍କ ପାଖକୁ ଯାଇ ଚପଲରେ ଲାଗିଥିବା କ୍ୟାମେରା ଦ୍ୱାରା ଆପତ୍ତିଜନକ ଫଟୋ ଉଠାଉଥିଲା। ତେବେ ସୁରକ୍ଷା ଦାୟିତ୍ୱରେ ଥିବା ସୁରକ୍ଷାକର୍ମୀଙ୍କୁ ଯୁବକଙ୍କ ହାବଭାବ ଦେଖି ସନ୍ଦେହ ହୋଇଥିଲା। ସେ କିଛି ସମୟ ପାଇଁ ଯୁବକଟି କ’ଣ କରୁଛି ସେଥିପ୍ରତି ଦୃଷ୍ଟି ରଖିଥିଲେ । ସେ ଦେଖିବାକୁ ପାଇଲେ ଯୁବକଟି କେବଳ ସ୍କଟ୍‌ ପିନ୍ଧା ଯୁବତୀଙ୍କ ପାଖକୁ ଯାଇ ଭିନ୍ନ ଶୈଳୀରେ ଛିଡା ହେଉଛି। ସେ ଯୁବକଟିକୁ ଡାକି ପଚରାଉଚରା କରି ଯାଞ୍ଚ କରିଥିଲେ। ଯାଞ୍ଚରୁ ଜଣା ପଡ଼ିଲା ଯୁବକଟି ତାର ଚପଲରେ କ୍ୟାମେରା ଖଞ୍ଜି ରଖିଥିଲା। ଏହି କ୍ୟାମେରା ଦ୍ୱାରା ଯୁବତୀଙ୍କ ସେ ଆପତ୍ତିଜନକ ଫଟୋ ଉଠାଉଥିଲା।

ତେବେ ଏହି ଯୁବକର ଫଟୋ ଉଠା ଶୈଳୀକୁ ଦେଖିଲେ କେହି ହେଲେ ଠଉରାଇ ପାରୁ ନଥିଲେ କି ସେ ଯୁବତୀମାନଙ୍କର ଏଭଳି ଆପତ୍ତିଜନକ ଫଟୋ ଉଠାଉଛି ବୋଲି। ଘଟଣା ସମ୍ପର୍କରେ ସୁରକ୍ଷାକର୍ମୀ ପୁଲିସକୁ ଖବର ଦେବାପରେ ଅଭିଯୁକ୍ତ ବୈଜୁକୁ ଗିରଫ କରାଯାଇଥିଲା।

ସମ୍ବନ୍ଧିତ ଖବର