ମହିଳାଙ୍କ ଫଟୋ ଭାଇରାଲ, ଯାତ୍ରା କଳାକାର ଗିରଫ

ବାରଙ୍ଗ: ଜଣେ ମହିଳା ସହଯୋଗୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବାରଙ୍ଗ ଥାନା ପୁଲିସ ଜଣେ ଯାତ୍ରା କଳାକାରଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ, ଦୀପକ କୁମାର ମହାନ୍ତି (୩୮)। କୋର୍ଟରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ରଜ ବେଳେ ଗଣ୍ଡରପୁର ଗ୍ରାମରେ ଏକ ନିର୍ଦିଷ୍ଟ ଯାତ୍ରା ପାର୍ଟି ପକ୍ଷରୁ ଯାତ୍ରା ପରିବେଷଣ କରାଯାଇଥିଲା। ଏହି ସମୟରେ ଜଣେ ମହିଳା ଯାତ୍ରା କଳାକାର ସଚ୍ଚିଦାନନ୍ଦଙ୍କ ବିରୋଧରେ ବାରଙ୍ଗ ଥାନାରେ ଏପରି ଗୁରୁତର ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଥିଲା। ତେବେ ଆଜି ପୁଲିସ ଦୀପକଙ୍କୁ ତାଙ୍କ ଘର ଭଦ୍ରକ ଜିଲ୍ଲା ନାଇକଣ୍ଡି ଥାନା ଅଧୀନ ବାସୁଦେବପୁର ଗ୍ରାମରୁ ଗିରଫ କରି କୋର୍ଟଚାଲାଣ କରିଛି।

ସମ୍ବନ୍ଧିତ ଖବର