ବେପରୁଆ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକ ଗିରଫ

ଭୁବନେଶ୍ୱର : ବେପରୁଆ ଗାଡ଼ି ଚଳାଇ ରାସ୍ତାରେ ଆତଙ୍କ ଖେଳାଇଥିବା ଜଣେ ପିକ୍‌ଅପ୍‌ ଭ୍ୟାନ୍‌ ଚାଳକକୁ ଖାରବେଳନଗର ଥାନା ପୁଲିସ ଗିରଫ କରିବା ସାହ ଭ୍ୟାନ୍‌କୁ ଜବତ କରିଛି। ସେ ହେଲା ଖୋର୍ଦ୍ଧା ଜିଲ୍ଲା ପିଚୁକୋଳି ଅଞ୍ଚଳର ଚିତ୍ତରଞ୍ଜନ ମହାପାତ୍ର(୨୮)। ରବିବାର ବିଳମ୍ବିତ ରାତିରେ ଚିତ୍ତରଞ୍ଜନ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଇ ମାଷ୍ଟରକ୍ୟାଣ୍ଟିନ୍‌ ଅଞ୍ଚଳରେ ଏକ ପିସିଆର୍‌ ଭ୍ୟାନ ସମେତ ରାସ୍ତା କଡ଼ରେ ଥିବା କେତେକ ଗାଡ଼ିକୁ ଧକ୍କା ଦେବାରୁ ପିସିଆର ଭ୍ୟାନ୍‌ରେ ଥିବା ପୁଲିସ କର୍ମଚାରୀ ଏନ୍‌କେ ସାହୁ ତା’କୁ କାବୁ କରିଥିଲେ।

ସମ୍ବନ୍ଧିତ ଖବର