ଫେରାର୍‌ ଡକାୟତକୁ ଗିରଫ କଲା ପୁଲିସ୍‌

ଚନ୍ଦ୍ରଶେଖରପୁର: ଏକ ବଡ଼ ଧରଣର ଡକାୟତି ଉଦ୍ୟମ କରୁଥିବା ଗ୍ୟାଙ୍ଗ୍‌କୁ ଠାବକରି ଚନ୍ଦ୍ରଶେଖରପୁର ଥାନା ପୁଲିସ୍‌ ଗତ ୪ତାରିଖରେ କିଛି ଦୁର୍ବୃତ୍ତଙ୍କୁ ଗିରଫକରି କୋର୍ଟ ପଠାଇଥିବା ବେଳେ ଜଣେ ଫେରାର ହୋଇ ଯାଇଥିଲା। ଆଜି ସେହି ଫେରାର୍‌ ଅଭିଯୁକ୍ତ ଜଣକୁ ପୁଲିସ୍‌ ନୀଳାଦ୍ରିବହାର ନିକଟ ଏକ ବସ୍ତିରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣଙ୍କ ନାମ ଦୁଃଖୀଶ୍ୟାମ ନାୟକ (୨୦)। ତାର ଘର ଆସ୍କା ସୁନାପଲ୍ଲୀଠାରେ ହେଲେ ସେ ନୀଳାଦ୍ରିବହିାର ବସ୍ତି ଅଞ୍ଚଳରେ ରହେ। ଆଜି କୌଣସିମତେ ପୁଲିସ୍‌ ପାଟ୍ରୋଲିଂ କରୁଥିବା ବେଳେ ଦୁଃଖୀ ଧରାପଡ଼ିଥିଲା। ସେ ବ୍ୟବହାର କରୁଥିବା ଏକ ଚୋରା ବାଇକ୍‌(ଓଡ଼ି -୦୨-ଏଏ-୭୪୧୭) ମଧ୍ୟ ପୁଲିସ୍‌ ଜବତ କରିଛି।

ସମ୍ବନ୍ଧିତ ଖବର