ନିଜକୁ ମୃତ ଘୋଷଣା କରି ୧୫ ବର୍ଷ ହେବ ପୁଲିସ ଆଖିରେ ଧୂଳି ଦେଇ ବୁଳୁଥିଲା ମୋଷ୍ଟ ଓ୍ଵାଣ୍ଟେଡ ଏପରି ଧରାପଡ଼ିଲେ..

ନୂଆଦିଲ୍ଲୀ: ଦୀର୍ଘ ୧୫ ବର୍ଷ ହେବ ଦିଲ୍ଲୀ ପୁଲିସ ଆଖିରେ ଧୂଳି ଦେଇ ବୁଲୁଥିବା ମଦନକୁ ଆଜି ଦିଲ୍ଲୀ କ୍ରାଇମ ବ୍ରାଞ୍ଚ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ଉତ୍ତର ପ୍ରଦେଶର ଧୁଧାଳି ଗାଁର ବାସିନ୍ଦା। ୧୯୯୯ ମସିହାରେ ଦିଲ୍ଲୀର ପଶ୍ଚିମ ବିହାର ଅଞ୍ଚଳରେ ଏକ ଘରେ ପଶି ଚୋରି କରୁଥିବା ବେଳେ ପୁଳିସ ତାକୁ ଗିରଫ କରି କୋର୍ଟ ଚାଲଣ କରିଥିଲା । ପରେ ଜମାନତରେ ଆସିବା ପରେ ସେ କୋର୍ଟରେ ହାଜିର ହେବା ବଦଳରେ ଫେରାର ହୋଇଯାଇଥିଲା । ୨୦୦୩ ମସିହାରେ ପୁଲିସ ତାକୁ ପଳାତକ ଘୋଷଣା କରିବା ସହ ଯିଏ ମଦନର ସୂଚନା ଦେବ ତାକୁ ୨୫୦୦୦ ଟଙ୍କା ପୁରସ୍କାର ଦେବ ବୋଲି ଘୋଷଣା କରିଥିଲା । ଏହା ପରେ ତା’ ପରିବାର ସଦସ୍ୟ ପୁଲିିସକୁ ମଦନର ମୃତ୍ୟୁ ଖବର ଦେଇ ମିଛ ପ୍ରମାଣ ପତ୍ର ଦାଖଲ କରିଥିଲେ ।

WICS

ଦିଲ୍ଲୀ ଅତିରିକ୍ତ ପୁଲିସ କମିସନର ରାଜୀବ ରଞ୍ଜନଙ୍କ କହନ୍ତି, ଅଗଷ୍ଟ ୧୭ ତାରିଖରେ ଆମକୁ ଖବର ମିଳିଥିଲା କି ୧୫ ବର୍ଷ ପୂର୍ବରୁ ପୁଲିସ ଆଖିରେ ଧୂଳି ଦେଇ ଫେରାର ଥିବା ମଦନ ଗାଁକୁ ଆସୁଛି । ସୂଚନା ପାଇବା ପରେ ପୁଲିସ ମଦନର ଗାଁକୁ ଯାଇ ତାକୁ ଗିରଫ କରିଥିଲା । ପଚରା ଉଚରା ପରେ ସେ କହିଥିଲା ମତେ ଜାମିନ ମିଳିବା ପରେ ମୁଁ କୋର୍ଟରେ ହାଜିର ହେବା ତାରିଖରେ କୋର୍ଟ ନଯାଇ ଫେରାର ହୋଇଯାଇଥିଲି । ଏହା ପରେ ମୁଁ ଗୋରଖପୁର ପଳାଇଥିଲି ସେଠାରେ ମୁଁ ପୁଅ ପାଇଁ ଏକ କପଡା ଦୋକାନ ଖୋଲିଦେଇଥିଲି ଓ ପରେ ନିଜର ଏକ ନକଲି ମୃତ୍ୟୁ ପ୍ରମାଣ ପତ୍ର ପ୍ରସ୍ତୁତ କରି ପୁଲିସକୁ ଦେଇଥିଲି ।

ସମ୍ବନ୍ଧିତ ଖବର