୪ ଦୁଷ୍କର୍ମକାରୀଙ୍କ ସହ ଘର ମାଲିକଙ୍କୁ ଗିରଫ କଲା ପୁଲିସ, ସବୁ ଜାଣି ରହିଥିଲେ ଚୁପ୍

କୋଲକାତା: ଜଣେ ୧୨ବର୍ଷୀୟା ବାଳିକାକୁ ୪ଜଣ ଯୁବକ ଦୁଷ୍କର୍ମ କରୁଥିବା ଜାଣି ମଧ୍ୟ ଚୁପ୍ ରହିଥିବାରୁ ଘର ମାଲିକକୁ ଗିରଫ କରିଛି କୋଲକାତା ପୁଲିସ। ଇକବାଲପୁରରେ ଗୁରୁବାର ୪ଜଣ ଅଭିଯୁକ୍ତ ଦୁଷ୍କର୍ମ ଭଳି ଅପରାଧ କରିଥିଲେ। ପରଦିନ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ପୁଲିସ। ସେମାନଙ୍କୁ ପଚରାଉଚରା କରାଯାଉଥିବା ବେଳେ ଘର ମାଲିକ ସବୁ ଜାଣି ଚୁପ୍ ରହିଥିବା କଥା ଜ‌ାଣିବାକୁ ପାଇଥିଲା ପୁଲିସ। ପରେ ଘର ମାଲିକକୁ ପଚରାଉଚରା କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା। ଆଜି ଘର ମାଲିକକୁ ଅଦାଲତ ଦୋଷୀ ମାନିବା ସହ ଜେଲକୁ ପଠାଇ ଦେଇଥିବା ଜଣାପଡ଼ିଛି।

timesnownews.com

ପୁଲିସର କହିବା ମୁତାବକ, ଗୁରୁବାର ପୀଡ଼ିତାଙ୍କ ପରିବାର ଲୋକେ ପରନାଶ୍ରୀ ପୁଲିସ ଷ୍ଟେସନ ଯାଇ ଝିଅ ନିଖୋଜ ହୋଇଥିବା ନେଇ ଅଭିଯୋଗ ଲେଖାଇଥିଲେ। ଅଭିଯୋଗ ରଖି ପୁଲିସ ତଦନ୍ତ କରୁଥିବା ବେଳେ ଶୁକ୍ରବାର ପୀଡ଼ିତା ନିଜେ ପୁଲିସ ଷ୍ଟେସନରେ ପହଞ୍ଚି ଗଣଦୁଷ୍କର୍ମର ଶିକାର ହୋଇଥିବା କଥା କହିଥିଲେ। ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ପରେ ପୁଲିସ ୪ଜଣ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିଥିଲା। ଗିରଫ ହେବା ପରେ ଘର ମାଲିକର ଅନୁମତି ସହ ହିଁ ସେମାନେ ଗଣଦୁଷ୍କର୍ମ କରିଥିବା ପୁଲିସକୁ ଜଣାଇଥିଲେ।  ଘଟଣା ଜାଣିବା ପରେ ପୁଲିସ ଘର ମାଲିକକୁ ଗିରଫ କରିଛି।

ସମ୍ବନ୍ଧିତ ଖବର