୧୩୦ଜଣଙ୍କଠାରୁ ୫କୋଟି ଠକିନେବା ଅଭିଯୋଗରେ ମାଆ ଓ ଝିଅ ଗିରଫ

ମୁମ୍ବାଇ: ଇକୋନୋମିକ୍‌ ଅଫେନ୍ସ (ଇଓଡବ୍ଲୁ) ମୁମ୍ବାଇ ପୁଲିସ ଜଣେ ମହିଳାଙ୍କ ସମେତ ତାଙ୍କ ଝିଅକୁ ୫କୋଟି ଠକେଇ ମାମଲାରେ ଗିରଫ କରିଛି। ଏହି ମା’ଝିଅ ଦୁଇଜଣ ମିଶି ମେଟ୍ରୋପଲିଟିୟାନ୍‌ ରିଜନ୍‌ ଡେଭଲପ୍‌ମେଣ୍ଟ ଅଥରିଟି ଏମ୍‌ଏମ୍‌ଆର୍‌ଡିଏ ଆଧାରରେ ସ୍ଲମ୍‌ ରିହାବିଲେସନ୍‌ ସ୍କିମ୍‌(ଏସ୍‌ଆର୍‌ଏସ୍‌)ର ଲୋଭ ଦେଖାଇ ୧୩୦ଜଣଙ୍କଠାରୁ ୫କୋଟି ଟଙ୍କାର ଠକିନେଇଛନ୍ତି। ଅଭିଯୁକ୍ତା ମା’ର ନାମ ସୁଶିଲା ନାରାୟାଣ ସେଟ୍ଟୀ ଓ ତାଙ୍କର କନ୍ୟାଙ୍କ ନାମ ସୁମନ ସେଟ୍ଟୀ ବୋଲି ଜଣାପଡ଼ିଛି। ଯିଏକି ମା’ ସହିତ ବି ଏଭଳି ଠକେଇ ମାମଲାରେ ସାମିଲ ଥିଲା।

ପୁଲିସ ସୂତ୍ରରୁ ପ୍ରକାଶ, ଏହି ମାମଲା ୪୦ବର୍ଷୀୟ କାନଜୁରମାର୍ଗ ନିବସାୀ ସୁଧୀର ସେଟ୍ଟୀଙ୍କ ଅଭିଯୋଗ କ୍ରମେ ସାମ୍ନାକୁ ଆସିଥିଲା।

ସୁଧୀରଙ୍କ କହିବାନୁସାରେ, ସୁଶିଲା ଜଣେ ସାମାଜିକ କର୍ମୀ ଓ ସେ ସୋସାଇଟି ଫର ଦ ପ୍ରୋସୋସନ୍‌ ଅଫ ଏରିଆ ରିସୋର୍ସ ସେଣ୍ଟରର (ଏସ୍‌ପିଏଆର୍‌ସି)ର ଅଫିସର ବୋଲି ନିଜର ପରିଚୟ ଦେଇଥିଲେ। ନିତି ପାସପୋଲି-ପୋଓ୍ଵାଇ, ଦିବ୍ୟା, ମୁମ୍ବ୍ରା ଓ କାଲଓ୍ଵା ଆଦି ସର୍ବେକ୍ଷଣ କରିଛନ୍ତି ବୋଲି ସେ କହିଥିଲେ। ଯେଉଁଠାରେ ଏମ୍‌ଏମ୍‌ଆର୍‌ଡିଏ ରାସ୍ତା ନିର୍ମାଣ ପରେ ପ୍ରଭାବିତ ହୋଇଥିବା ଲୋକମାନଙ୍କୁ ଏସ୍‌ଆର୍‌ଏସ୍‌ ଜରିଆରେ ଥଇଥାନ କରାଯିବ ବୋଲି କହିଥିଲେ।

ଏହା ପରେ ମୋତେ ପାଓ୍ଵାଇସ୍ଥିତ ସ୍ଲମ୍‌ ଅଞ୍ଚଳରେ ଘର କିଣି ଏସ୍‌ଆର୍‌୍‌ଏସ୍‌ ସ୍କିମ୍‌ର ଲାଭ ଉଠାଇବା ପାଇଁ କହିଲେ। ମୁଁ ୨ଦୁଇଟି ଘର ନେଇଥିଲି। ଯେଉଁଥିପାଇଁ ୧୨ଲକ୍ଷ ଟଙ୍କା ସୁଶିଲାଙ୍କୁ ଦେଇଥିଲା। ସେ ଏହାର କାଗଜ ପତ୍ର ଦେବା ପରେ ମୋର ତାଙ୍କ ଉପରେ ବିଶ୍ୱାସ ହୋଇଥିଲା। ଏହାପରେ ଏହି ଘର ସମ୍ପର୍କରେ ମୋର ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କୁ କହିଥିଲି। ୫ଜଣ ମିଶି ସୁଶିଲାକୁ ଏହି ଘର ପାଇଁ ୩୯ଲକ୍ଷ ଟଙ୍କା ଦେଇଥିଲେ। ସେମାନଙ୍କୁ ବି ସୁଶିଲା ସମସ୍ତ କାଗଜ ପତ୍ର ଦେଇଥିଲେ। କିଛିଦିନ ପରେ ସୁଶିଲା ଆମମାନଙ୍କୁ ଅଣ ଦେଖା କରିବା ସହିତ ଫୋନ୍‌ ମଧ୍ୟ ଉଠାଇଲେ ନାହିଁ। ଏହାପରେ ଆମମାନଙ୍କୁ ସନ୍ଦେହ ହୋଇଥିଲା।

୨୦୧୪ରେ ଆମେ ଜାଣିବାକୁ ପାଇଲି ପ୍ରଭାବିତ ଲୋକଙ୍କ ତାଲିକାରେ ଆମ ନାମ ହିଁ ନାହିଁ। ଏହାପରେ ଆମେ ପୁଲିସରେ ଅଭିଯୋଗ କରିଥିଲି। ପୁଲିସ ଅନୁସନ୍ଧାନ କରିବା ପରେ ସୁଶିଲା ସୁଧୀରଙ୍କ ଭଳି ଅନ୍ୟ ୧୩୦ଜଣଙ୍କଠାରୁ ଏଭଳି ଆଖିରେ ଧୂଳି ଦେଇ ୫କୋଟି ଟଙ୍କା ଲୁଟି ନେଇଥିଲେ। ୯୪ଜଣଙ୍କୁ ପୀଡିତାଙ୍କ ଏହି ଘଟଣାକୁ ନେଇ ବୟାନ ରେକର୍ଡ କରିଛି ପୁଲିସ।

ସମ୍ବନ୍ଧିତ ଖବର