ଦିଲ୍ଲୀ ନିର୍ଭୟା କାଣ୍ଡ ଭଳି ଅବସ୍ଥା କରିବେ ବୋଲି ଦୁଷ୍କର୍ମକାରୀ ଧମକ ଦେବା ପରେ ସମ୍ବନ୍ଧ ରଖିବାକୁ ରାଜି ହୋଇଗଲେ ଯୁବତୀ

0 816

ସିମ୍‌ଲା: ମନାଲିରେ ଜଣେ ଜାପାନି ଯୁବତୀ ଦୁଷ୍କର୍ମର ଶିକାର ହୋଇଥିବା ଘଟଣାର ଯାଞ୍ଚ ସମୟରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ବିଦେଶୀ ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରୁଥିବା ଯୁବକଙ୍କୁ ସେ ଏପରି କରିବାକୁ ମନା କରିଥିଲେ। ସେ କିନ୍ତୁ ନିର୍ଭୟା କାଣ୍ଡ ଭଳି ପରିସ୍ଥିତି କରିବି ବୋଲି ଯୁବତୀଙ୍କୁ ଧମକ ଦେଇଥିଲା ଯୁବକ । ଫଳରେ ଭୟଭୀତ ହୋଇ ବିଦେଶୀ ଯୁବତୀ ଦୁଷ୍କର୍ମକାରୀଙ୍କ ସହିତ ସମ୍ଭନ୍ଧ ବନାଇବା ପାଇଁ ରାଜି ହୋଇଯାଇଥିଲେ। ଦୁଷ୍କର୍ମକାରୀ ଦୀପକ(୩୮)କୁ ପୁଲିସ ଗିରଫ କରିବା ସହିତ ରିମାଣ୍ଡରେ ନେବାର ପ୍ରକ୍ରିୟା ଆରମ୍ଭ କରିଦେଇଛି।

ଯାଞ୍ଚ ସମୟରେ ପୁଲିସ ଜାଣିବାକୁ ପାଇଲା ମଇ ୩୦ରେ ମନାଲି ଧର୍ମଶାଳାକୁ ଯାଉଥିବା ଶେଷ ବସ୍‌ ପଳାଇ ଯାଇଥିଲା । ଏହାପରେ ଯୁବତୀ ଗାଡ଼ିକୁ ଅପେକ୍ଷା କରିଥିଲେ। ଏହି ସମୟରେ ଦୁଷ୍କର୍ମକାରୀ ଯୁବତୀଙ୍କୁ ସାହାଯ୍ୟ କରି ତାଙ୍କ ଘରେ ଛାଡ଼ି ଦେବ ବୋଲି କହିଥିଲା। ଯୁବତୀ ବି ରାଜି ହୋଇ କାର୍‌ରେ ବସିଥିଲେ। ଚାଳକ କାର୍‌ ଯୋଗେ ବାମତଟ ମାର୍ଗରୁ କୁଲ୍ଲୁ ପର୍ଯ୍ୟନ୍ତ ଯୁବତୀଙ୍କୁ ଆଣିଥିଲା। ଏହାପରେ କାର୍‌ଟିକୁ ରାଉଗି ନଳା ପାଖରେ ଅଟକାଇ ସେଠାରୁ ଆଉ ଜଣେ ବ୍ୟକ୍ତିଙ୍କୁ ଉଠାଇଥିଲା ଓ ପରେ ଉକ୍ତ ବ୍ୟକ୍ତିଙ୍କୁ କୁଲ୍ଲୁ ବସ୍‌ଷ୍ଟାଣ୍ଡରେ ଛାଡ଼ି ଦେଇଥିଲା।

ସେଠାରୁ ଯୁବତୀଙ୍କୁ ଭ୍ରମିତ କରି ଗାଡ଼ିକୁ ଆଗକୁ ନେଇ ଯାଇଥିଲା ଦୁଷ୍କର୍ମକାରୀ। ଏହାପରେ ଏକ ଜଙ୍ଗଲକୁ ନେଇ ଯୁବତୀଙ୍କୁ କାର୍‌ ଭିତରେ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲା। ଯୁବତୀ ଏଥିରେ ରାଜି ନ ହେବାରୁ ସେ ସେଠାକୁ ୫/୬ଜଣ ଯୁବକଙ୍କୁ ଡାକି ଗଣଦୁଷ୍କର୍ମ କରି ଓ ଦିଲ୍ଲୀ ନିର୍ଭୟା କାଣ୍ଡ ଭଳି ଅବସ୍ଥା କରିବ ବୋଲି ଧମକ ଦେଇଥିଲା। ଏହାପରେ ପୀଡତାଙ୍କୁ ଦୁଷ୍କର୍ମକାରୀ ମନାଲି ଆଣି ଏକ ହୋଟେଲରେ ରହିବାକୁ ବାଧ୍ୟ କରିଥିଲା। ପୀଡତା ମନା କରିବା ସତ୍ତ୍ୱେ ସେ ହୋଟେଲ ବୁକ୍‌ କରିବା ପାଇଁ ଚାଲି ଯାଇଥିଲା। ଏହି ମଉକା ଦେଖି ଯୁବତୀ ନିଜର ଜିନିଷପତ୍ର ଧରି କାର୍‌ରୁ ଓହ୍ଲାଇ ଫେରାର ହୋଇଯାଇଥିଲେ। ମଇ ୩୧ ତାରିଖରେ ଏ ନେଇ ପୀଡିତା ପୁଲିସରେ ଅଭିଯୋଗ କରିଥିଲେ।

 

ସମ୍ବନ୍ଧିତ ଖବର

Leave A Reply

Your email address will not be published.