ପୁଲିସବାବୁ ଯୁବକଙ୍କୁ କହିଲେ, ଜୋତାରେ ନାକ ରଗଡ଼, ତା’ପରେ ଯାଇ ଛଡ଼ାଯିବ: ଭିଡିଓ ଭାଇରାଲ

ଲକ୍ଷ୍ମୌ: ଉତ୍ତରପ୍ରଦେଶର ମେନପୁରୀରେ ପୁଲିସର ଏକ ଅମାନବୀୟ ଘଟଣା ସାମ୍ନାକୁ ଆସିଛି। ପୁଲିସ ନିଜ ପୋଷାକ ଶକ୍ତି ବଳରେ ଜଣେ ଯୁବକଙ୍କୁ ତାଙ୍କ ଜୋତାରେ ନାକ ରଗଡ଼ିବା ପାଇଁ ବାଧ୍ୟ କରିଥିଲେ। ପୁଲିସ ଜୋତାରେ ନାକ ରଗଡ଼ୁ ଥିବା ସମୟରେ ଯୁବକଙ୍କ ଭିଡିଓ ଏବେ ଭାଇରାଲ ହୋଇଛି। ଯୁବକଙ୍କ ପରିଚୟକୁ ଗୋପନୀୟ ରଖାଯାଇଛି।

କୁହାଯାଉଛି କି, ଟଙ୍କା ନେଣଦେଣ ନେଇ ଏହି ଯୁବକଙ୍କ କୌଣସି ଜଣେ ବ୍ୟକ୍ତିଙ୍କ ସହିତ ବିବାଦ ହୋଇଥିଲା। ଏହାପରେ କେତେଜଣ ଯୁବକ ପୁଲିସ ଡକାଇ ଏହି ଯୁବକଙ୍କୁ ମାଡ ମାରିଥିଲେ। ପୁଲିସ ସହିତ ମିଶି ଯୁବକଙ୍କ ସହିତ ଝଗଡ଼ା କରୁଥିବା ଲୋକମାନେ ବି ମାଡ ମାରିବା ଆରମ୍ଭ କରି ଦେଇଥିଲେ। କେବଳ ଏତିକି ନୁହେଁ ପୁଲିସ ଉକ୍ତ ଯୁବକଙ୍କୁ ବେଲ୍ଟରେ ମାଡ ମାରିବା ସହିତ ଜୋତାରେ ନାକ ରଗଡ଼ିଲେ ଯାଇ ଛଡ଼ା ଯିବ ବୋଲି କହିଥିଲେ। ଯୁବକ ଜଣକ ଦୌଡ଼ି ପଳାଇବାକୁ ଚେଷ୍ଟା କରୁଥିଲେ ହେଁ ପୁଲିସ ତାଙ୍କୁ ଦୌଡ଼ାଇ ଦୌଡ଼ାଇ ଧରିଥିଲେ।

ଏହି ଅଞ୍ଚଳର ଏସ୍‌ପି ଅଜୟ ଶଙ୍କର ରାୟଙ୍କ କହିବାନୁସାରେ, ଭିଡିଓକୁ ଆଧାର କରି ଯାଞ୍ଚ ଆରମ୍ଭ କରାଯାଇଛି। ଯାଞ୍ଚ ରିପୋର୍ଟରେ ଯିଏବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର