ଚେନ୍ନାଇ : ଲୋକମାନଙ୍କ ଜୀବନକୁ ସହଜ କରିବା ପାଇଁ ପ୍ରତିଦିନ ନୂଆ ନୂଆ ଟେକ୍ନୋଲୋଜି ଜନ୍ମ ନେଉଛି । ଯାହାର ବ୍ୟବହାର କରି ଲୋକମାନେ ନିଜ କାମକୁ ଖୁବ୍ ସହଜରେ ଏବଂ କମ ସମୟରେ କରି ପାରୁଛନ୍ତି । କିନ୍ତୁ କିଛି ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ଟେକ୍ନୋଲୋଜିକୁ ଭୁଲ ବାଟରେ ବ୍ୟବହାର କରୁଛନ୍ତି ।ଏହାର ଏକ ଜ୍ୱଳନ୍ତ ଉଦାହରଣ ଚେନ୍ନାଇରେ ଦେଖିବାକୁ ମିଳିଛି । ଚେନ୍ନାଇରେ ଜଣେ ଯୁବକ ଗୁଗଲ ମ୍ୟାପ୍ ବ୍ୟବହାର କରି ଅନେକ ଧନୀ ଲୋକଙ୍କୁ ଲୁଟୁଥିବା ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଚେନ୍ନାଇରେ ଆପୋଲୋ ହସ୍ପିଟାଲରେ କାମ କରୁଥିବା ଜଣେ ଡ଼ାକ୍ତର ଏହି ହାଇଟେକ୍ ଚୋରର ଶିକାର ହେବା ପରେ ଘଟଣାଟି ସାମ୍ନାକୁ ଆସିଥିଲା । ଯାହା ପରେ ହାଇଦ୍ରାବାଦ୍ରୁ ଅଭିଯୁକ୍ତକୁ ପୁଲିସ ଗିରଫ କରିଥିବା ଜଣାପଡ଼ିଛି ।
ଗିରଫ ହେବା ପରେ ଅଭିଯୁକ୍ତ କିପରି ଚୋରି କରୁଥିଲା ସେ ନେଇ ପୁଲିସକୁ ଜଣାଇଥିଲା । ଚେନ୍ନାଇରେ ପ୍ରାୟତଃ ଅଧିକ ଧନୀ ଲୋକ ରହୁଥିବାରୁ ଅଭିଯୁକ୍ତ ଗୁଗଲ ମ୍ୟାପ୍ ଜରିଆରେ ସେମାନଙ୍କ ଘରର ଠିକଣା ଜାଣିବା ସହ ବିମାନ ଯୋଗେ ଚେନ୍ନାଇରେ ପହଞ୍ଚୁଥିଲା । ଠିକଣାରେ ପହଞ୍ଚିବା ପରେ ଘର ଉପରେ ନଜର ରଖିବା ସହ ଆଖ ପାଖରେ କେହି ନଥିବା ବେଳେ ଚୋରି କରୁଥିଲା ଅଭିଯୁକ୍ତ ।
/sambad/media/post_attachments/wp-content/uploads/2018/12/thief_1543919705_725x725-300x157.jpg)
ଚୋରି କରିବା ପରେ ଅଭିଯୁକ୍ତ ଚୋରା ଜିନିଷ ସହ ଟ୍ରେନ୍ ଯୋଗେ ହାଇଦ୍ରାବାଦ୍ ଫେରି ଆସୁଥିଲା ବୋଲି ପୁଲିସକୁ କହିଛି ଅଭିଯୁକ୍ତ । ଏହା ସହ ଘରର କବାଟ ବା ଝରକାରେ ଯେମିତି ଆଙ୍ଗୁଠିର ଚିହ୍ନ ନ ରହିଯାଏ ସେ ନେଇ ଗ୍ଲୋଭ୍ସ ଏବଂ ସିସିଟିଭିରେ ମୁହଁ ନ ଦେଖାଯିବା ପରେ ମୁହଁରେ ମାସ୍କ ଲଗାଇ ଅଭିଯୁକ୍ତ ଚୋରି କରୁଥିଲା ବୋଲି ଜଣାପଡ଼ିଛି ।