ଭୁବନେଶ୍ୱରରେ ବ୍ରାଉନ୍ସୁଗାର ବିକ୍ରି କରୁଥିବା ବେଳେ ଧରାପଡ଼ିଲେ କନ୍ଷ୍ଟେବଳ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ନିଶା କାରବାର ବଢ଼ିବାରେ ଲାଗିଛି। ନୟାପଲ୍ଲୀ ଥାନା ଅଂଚଳରେ ବୁଧବାର ବ୍ରାଉନ୍ସୁଗାର ବିକ୍ରି କରୁଥିବା ବେଳେ ଜଣେ କନ୍ଷ୍ଟେବଳ ଜେ. ଭରିମଲ୍ଲ ଧରାପଡ଼ିଛନ୍ତି। ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ସ୍ପେଶାଲ ସ୍କାର୍ଡ ଅତର୍କିତ ଭାବେ ଚଢ଼ାଉ କରି କନଷ୍ଟେବଳକୁ ଧରିଥିଲା। ସ୍ପେଶାଲ ସ୍କ୍ଵାର୍ଡ ସଂପୃକ୍ତ କନଷ୍ଟେବଳଙ୍କ ଠାରୁ ୧୦ ଗ୍ରାମ ବ୍ରାଉନସୁଗାର ଜବତ କରି ପଚରାଉଚରା କରୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ନିକଟରେ ୧୬ ନମ୍ବର ଜାତୀୟ ରାଜପଥ ଆଇଗିଣିଆ କୋଳଥିଆ ଛକରୁ ଭୁବନେଶ୍ୱର ଅବକାରୀ ଯୁନିଟ୍ ବ୍ରାଉନସୁଗାର କାରବାର ସହ ସଂପୃକ୍ତ ଜଣେ ଅଟୋ ଚାଳକକୁ ଗିରଫ କରିଥିଲା। ଅବକାରୀ ବିଭାଗ ଖୋର୍ଧା ବେଗୁନିଆ ଥାନା ଓଗାଳପୁର ଗାଁର ସୁମନ୍ତ କୁମାର ରାଉତରାୟ(୩୦)ର ଅଟୋ(ଓଡି୩୩ଭି-୨୧୨୩)ରୁ ୩୦ ଗ୍ରାମ୍ ବ୍ରାଉନ୍ ସୁଗାର(ଆନୁମାନିକ ବଜାର ମୂଲ୍ୟ ୩ ଲକ୍ଷ ଟଙ୍କା) ଜବତ କରିଥିଲା।
ବଡ଼ କଥା ହେଉଛି ଖୋର୍ଧା ନିରାକାରପୁର ନିକଟସ୍ଥ ନଈକୂଳିଆ ଅଞ୍ଚଳର ଏକ ନୂଆ ବ୍ରାଉନ୍ସୁଗାର ଡିପୋ ବାବଦରେ ତା’ଠାରୁ ସୁରାକ୍ ମିଳିଥିଲା। ସୁମନ୍ତ ସେଠାରୁ ମାଲ୍ ଆଣି ବରମୁଣ୍ଡା ଅଞ୍ଚଳରେ ବିକ୍ରି କରୁଥିଲା। ଅଧିକାଂଶ ବୈଷୟିକ କଲେଜ ଛାତ୍ର ତା’ର ଗ୍ରାହକ ବୋଲି ସେ ସ୍ୱୀକାର କରିଥିଲା।