ଧମକ ଦେଇ ୨ବର୍ଷ ହେଲା ମହିଳା ଡ଼ାକ୍ତରଙ୍କ ସହ ଦୁଷ୍କର୍ମ କରି ଆସୁଥିଲେ ପୁଲିସକର୍ମୀ, ୨ବର୍ଷ ପରେ…

ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ପୁଲିସକର୍ମୀ ହୋଇ ମଧ୍ୟ ଲୋକମାନଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିବା ଘଟଣା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ୨ବର୍ଷ ପର୍ଯ୍ୟନ୍ତ ମହିଳା ଦୁଷ୍କର୍ମର ଶିକାର ହେବା ପରେ ଶେଷରେ ଅଭିଯୁକ୍ତ ମହିଳାଙ୍କ ଦୁଇ ଝିଅଙ୍କ ଉପରେ ନଜର ପକାଇଥିଲେ । ଯାହା ପରେ ପୀଡ଼ିତା ଅଭିଯୁକ୍ତଙ୍କ ବିରୋଧରେ ବୁଧବାର ପୁଲିସରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କରିଛି ପୁଲିସ ।

Sadhguru

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ମୋ ସ୍ୱାମୀଙ୍କ ଦେହାନ୍ତର କିଛି ମାସ ପରେ ଅଭିଯୁକ୍ତର ନଜର ମୋ ଉପରେ ପଡ଼ିଥିଲା । ଅଗଷ୍ଟ ୨୭, ୨୦୧୭ରେ ଅଭିଯୁକ୍ତ ଧିରେନ୍ଦ୍ର ମୋ ଘରେ ପହଞ୍ଚି ମୋତେ ଧମକାଇବା ସହ ମୋ ସହ ଦୁଷ୍କର୍ମ କରିଥିଲେ । ଏହା ପରଠାରୁ ଅନେକ ଥର ସେ ମୋ ସହ ଦୁଷ୍କର୍ମ କରିବା ସହ ବୁଧବାର ଘରେ ପହଞ୍ଚି ସେ ମୋର ଦୁଇ ଝିଅଙ୍କ ଉପରେ ନଜର ପକାଇଥିଲେ । ଯାହା ପରେ ମୁଁ ଅଭିଯୋଗ କରିଥିଲି ।

ସମ୍ବନ୍ଧିତ ଖବର