ହ୍ଵାଟସଆପ୍‌ ଗ୍ରୁପ୍‌ରେ ମୋଦିଙ୍କୁ ମିଛୁଆ କହି ମେସେଜ ଦେବାରୁ ଚାକିରିରୁ ନିଲମ୍ବିତ ହେଲେ କନେଷ୍ଟବଲ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରି ଜଣେ କନେଷ୍ଟବଲ୍‌ ଚାକିରିରୁ ନିଲମ୍ବିତ ହୋଇନ୍ତି। ଏସିପିଙ୍କ ଦ୍ୱାରା ନିଲମ୍ବିତ ହୋଇଛନ୍ତି ମହାରାଷ୍ଟ୍ରର କନେଷ୍ଟବଲ୍‌ ରମେଶ ସିନ୍ଦେ। ରମେଶ ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ୍‌ ଏମଏଲଏ ବାଲାସାହେବ ଥୋରାଟେଙ୍କ ସୁରକ୍ଷାକର୍ମୀ ଭାବରେ ନିଯୁକ୍ତ ଥିଲେ। ତେବେ, ଜାଣିବାକୁ ମିଳିଛି ଯେ ରମେଶ ସିନ୍ଦେ ଏକ ହ୍ଵାଟ୍‌ସଆପ୍‌ ଗ୍ରୁପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେଇ ଏକ ଆପତ୍ତିଜନକ ମେସେଜ୍‌ ଦେଇଥିଲେ। ଅଭିଯୋଗ ପାଇବା ପରେ ଏସପି ତୁରନ୍ତ ରମେଶଙ୍କୁ ନିଲମ୍ବିତ କରିଦେଇଛନ୍ତି। ଅନ୍ୟପଟେ ଅହମ୍ମଦନଗର ଏସପି ରଞ୍ଜନନ କୁମାରଙ୍କ କହିବା ଅନୁଯାୟୀ, ରମେଶଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଏପରି ଅଭିଯୋଗ ହୋଇସାରିଛି।

ମେସେଜରେ ମୋଦିଙ୍କୁ ମିଛୁଆ ବୋଲି କହିଥିଲେ ରମେଶ। ଏହି ମେସେଜ୍‌ ପରେ ହ୍ଵାଟସଆପ୍‌ ଗ୍ରୁପରେ ଥିବା ଅନ୍ୟ ସଦସ୍ୟମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ।

ସୂଚନାଯୋଗ୍ୟ, ଦଶ ଦିନ ପୂର୍ବରୁ ରମେଶ ଏକ ହ୍ଵାଟ୍‌ସଆପ୍‌ ଗ୍ରୁପରେ ମୋଦିଙ୍କୁ ବ୍ୟଙ୍ଗ କରି ମେସେଜ୍‌ କରିଥିଲେ। ମେସେଜରେ ମୋଦିଙ୍କୁ ମିଛୁଆ ବୋଲି କହିଥିଲେ ରମେଶ। ଏହି ମେସେଜ୍‌ ପରେ ହ୍ଵାଟସଆପ୍‌ ଗ୍ରୁପରେ ଥିବା ଅନ୍ୟ ସଦସ୍ୟମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ। କେବଳ ଆପତ୍ତିଜନକ ମେସେଜ୍‌ ନୁହେଁ ରମେଶ ଏକ ର୍ନିଦ୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ କରନ୍ତି। ତେଣୁ ଉଭୟ ମାମଲା ପାଇଁ ରମେଶଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି।

 

ସମ୍ବନ୍ଧିତ ଖବର