ଜବତ ହୋଇଥିବା ଗାଡ଼ିକୁ ପୁଲିସକର୍ମୀ ବ୍ୟବହାର କରୁଥିବା ଜାଣି ଜିପିଏସ୍ ସାହାଯ୍ୟରେ ଗାଡ଼ି ଲକ୍ କରିଦେଲେ ମାଲିକ, ତା’ପରେ..

ଲକ୍ଷ୍ନୌ: ସରକାରୀ ଅଧିକାରୀଙ୍କ ଦ୍ବାରା ବିଶେଷ କରି ପୁଲିସକର୍ମୀମାନେ ସରକାରୀ ସମ୍ପତ୍ତିର ଅପବ୍ୟବହାର କରିବା କିଛି  ନୂଆ ନୁହେଁ। ଏବଂ ସରକାରୀ କର୍ମଚାରୀମାନଙ୍କୁ ସେମାନଙ୍କ ଏଭଳି ଅବୈଧ କାର୍ଯ୍ୟ ପାଇଁ କୌଣସି ଯାଞ୍ଚର ସାମ୍ନା ମଧ୍ୟ କରିବାକୁ ପଡ଼େ ନାହିଁ। ସେହିଭଳି ଲକ୍ଷ୍ନୌର ଜଣେ ଷ୍ଟେସନ୍ ହାଉସ୍ ଅଫିସର ଜବତ ହୋଇଥିବା ସ୍ପୋର୍ଟସ୍ ୟୁଟିଲିଟି ଭେଇକିଲ୍ (ଏସୟୁଭି) ବ୍ୟବହାର କରିଥିବା ଜଣା ପଡ଼ିଛି। କିନ୍ତୁ ଗାଡ଼ି ମାଲିକଙ୍କୁ ଏ ବିଷୟରେ ଜଣା ପଡ଼ିବା ପରେ ସେ ଯେଉଁ କାମ କରିଛନ୍ତି, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Image result for Police officer goes on joyride in seized car, locked by owner for 3-hour using GPS
Hindustan Times Auto News

ନିଜର କାରକୁ କେହି ଜଣେ ଚଲାଉଥିବା ଜାଣି ଜିପିଏସ ସାହାଯ୍ୟରେ ଗାଡ଼ିକୁ ଲକ୍ କରିଦେଇଥିଲେ ଗାଡ଼ି ମାଲିକ। ଏବେ ଷ୍ଟେସନ୍ ହାଉସ୍ ଅଫିସର ପ୍ରମେନ୍ଦ୍ର କୁମାର ସିଂହଙ୍କୁ ତାଙ୍କ ଭୁଲ ପାଇଁ ଦଣ୍ଡ ମିଳିଛି।

ମିଳିଥିବା ସୂଚନା ମୁତାବକ, ମଙ୍ଗଳବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା ହେବାରୁ ଏସୟୁଭି ଗାଡ଼ିକୁ ଜବତ କରାଯାଇଥିଲା। ବୁଧବାର ଝଗଡ଼ାର ଅଧିକ ଯାଞ୍ଚ କରିବା ପାଇଁ ପ୍ରମେନ୍ଦ୍ର କୁମାର ସିଂହ ଦୁଇ କନଷ୍ଟେବଳଙ୍କ ସହ ଜବତ ହୋଇଥିବା ଏସୟୁଭି ଗାଡ଼ିରେ ବାହାରିଥିଲେ। ଏ ବିଷୟରେ ଗାଡ଼ିର ମାଲିକଙ୍କୁ ଜଣା ପଡ଼ିବା ପରେ ସେ ଜିପିଏସ୍ ସାହାଯ୍ୟରେ ଗାଡ଼ିକୁ ଲକ୍ କରିଦେଇଥିଲେ। ଯାହା ପାଇଁ ୩ଘଣ୍ଟା କାଳ ୩ଜଣ ପୁଲିସକର୍ମୀ ଗାଡ଼ି ଭିତରେ ବନ୍ଦ ରହିଥିଲେ। ଏ ନେଇ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ସୂଚନା ମିଳିବା ପରେ ଏଭଳି ଭୁଲ କରିଥିବାରୁ ସେ ଷ୍ଟେସନ୍ ହାଉସ୍ ଅଫିସର ପ୍ରମେନ୍ଦ୍ର କୁମାର ସିଂହଙ୍କୁ ପୁଲିସ ମୁଖ୍ୟାଳୟକୁ ପଠାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର