ହାଜତ ଭିତରେ ବନ୍ଦ କରି ନାବାଳକ ଚା’ବିକାଳିକୁ ନିର୍ବସ୍ତ୍ର କଲେ ପାକିସ୍ତାନର ଦୁଇ ପୁଲିସକର୍ମୀ, ଦୁଷ୍କର୍ମ ଉଦ୍ୟମ ବି କଲେ !

ରାଓ୍ଵଲପିଣ୍ଡି : କୌଣସି ଥାନାକୁ ଚା’ବାଲାଙ୍କ ଯିବା ଆସିବା ଏକ ସାଧାରଣ କଥା । କିନ୍ତୁ ପଡ଼ୋଶୀ ଦେଶ ପାକିସ୍ତାନରେ ଏହା କୌଣସି ବଡ଼ ସମସ୍ୟାଠାରୁ କମ ନୁହେଁ । ନିକଟରେ ପାକିସ୍ତାନରେ ଘଟିଥିବା ଘଟଣା ଏହା ପ୍ରମାଣ କରିଛି । ପାକିସ୍ତାନର ରାଓ୍ଵଲପିଣ୍ଡି ପୁଲିସ ଷ୍ଟେସନରେ ଚା’ ଦେଉଥିବା ଜଣେ ନାବାଳକଙ୍କୁ ଦୁଇ ପୁଲିସକର୍ମୀ ଦୁଷ୍କର୍ମ କରିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଘଟଣା ପରେ ଦୁଇ ଅଭିଯୁକ୍ତ ପୁଲିସକର୍ମୀଙ୍କୁ ହେପାଜତକୁ ନିଆ ଯାଇଥିବା ଜଣାପଡ଼ିଛି ।

ଏ ନେଇ ପୀଡ଼ିତ ଅତିରିକ୍ତ ଜିଲ୍ଲା ବିଚାରପତି ତାରିକ୍‌ ଖୁର୍‌ସିଦ୍‌ଙ୍କୁ ଏକ ଚିଠି ଲେଖି ପଠାଇଥିଲେ । ଏହି ଚିଠିରେ ସେ ଲେଖିଥିଲେ, ‘ଫେବ୍ରୁଆରି ୧ରେ ଦେଇଥିବା ଚା’ର କପ୍‌ ଆଣିବା ପାଇଁ ମୁଁ ପୁଲିସ ଷ୍ଟେସନ ଭିତରକୁ ଯାଇଥିବା ବେଳେ ଦୁଇ ପୁଲିସ କର୍ମଚାରୀ କାଜି ହାଇଦର ଏବଂ ରହିମ୍‌ ମୋତେ ହାଜତ ଭିତରେ ଭର୍ତ୍ତି କରି ନିର୍ବସ୍ତ୍ର କରିବା ଆରମ୍ଭ କରି ଦେଇଥିଲେ । ଏହା ପରେ ଦୁହେଁ ମୋ ସହ ଖରାପ କାମ ଆରମ୍ଭ କରିବାରୁ ମୁଁ କୌଣସି ପ୍ରକାରରେ ସେଠାରୁ ଖସି ପଳାଇ ଆସିଥିଲି । ଆସୁଥିବା ସମୟରେ ଏ ବିଷୟରେ କାହାକୁ କହିଲେ ପରିସ୍ଥିତି ଭୟାବହ ହେବ ବୋଲି କହିଥିଲେ ଦୁଇ ପୁଲିସକର୍ମୀ ।’

tribune.com.pk

ଚିଠି ପଢ଼ିବା ପରେ ବିଚାରପତି ତାରିକ୍‌ ଦୁଇ ପୁଲିସକର୍ମୀଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ କରିବାର ଆଦେଶ ଦେଇଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର